ହୋଇ ଯାଆନ୍ତୁ ସାବଧାନ! ପ୍ଲାଷ୍ଟିକ ଟବରେ ବୁଡି ୯ ମାସର ନିଷ୍ପାପ ଶିଶୁ ପୁତ୍ରର ଗଲା ଜୀବନ

ନବରଙ୍ଗପୁର(କେନ୍ଯୁଜ୍): ଘରେ ପ୍ଲାଷ୍ଟିକ ପାଣି ଟବ ଅଛି ଯଦି ହୋଇ ଯାଆନ୍ତୁ ସାବଧାନ। ପାଣି ଟବ ନେଇ ପାରେ ଛୋଟ ପିଲା ର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବଡ଼ ଡାଇଭଟ୍ଟା ଗାଁ ରେ । ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି ୯ ମାସର ନିଷ୍ପାପ ଶିଶୁ ପୁତ୍ର। ସ୍ବାମୀ ଦାଦନ ଖଟିବାକୁ ଯାଇଛନ୍ତି ବାହାର ରାଜ୍ଯକୁ।  ଘରେ ସ୍ତ୍ରୀ ସୁକଦେଇ ଏବଂ ୬ବର୍ଷ ର ବଡ଼ ଝିଅ ଏବଂ ପୁଅ ବାବୁଲା। ଦୁଃଖ କଷ୍ଟ ରେ ଦିନ କଟି ଯାଉଥିଲା ଏମାନଙ୍କର। ହେଲେ ବିଧି ର ବିଧାନ ଥିଲା କିଛି ଅଲଗା। ଗତକାଲି ସକାଳୁ ଦୁଇ ଛୁଆଙ୍କୁ ଘରେ ଛାଡ଼ି ଶୌଚ ହେବାକୁ ଯାଇଥିଲେ ସୁକଦେଇ। ଆଉ ଘରକୁ ଫେରିଲା ବେଳକୁ ପ୍ଲାଷ୍ଟିକ ଟବରେ ନିଜ ପୁଅ ପଡିଥିବାର ଦେଖି ଚିତ୍କାର କରିଥିଲେ।

ପାଖ ପଡୋଶୀଙ୍କ ସହାୟତାରେ ବାବୁଲାକୁ ଧରି ଡାକ୍ତରଖାନାକୁ ଆଣିଥିଲେ, ହେଲେ ସେତେବେଳକୁ ବାବୁଲା ଆଖି ବୁଜି ସାରିଥିଲା। ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ଯବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଛି। ଏପଟେ ଖେଳୁ ଖେଳୁ ବାଳୁତ ଅଜ୍ଞାନୀ ବାବୁଲା ଟବ ଭିତରେ ପଡିଯାଇଥିବାର ଅନୁମାନ କରୁଛନ୍ତି ସ୍ଥାନୀୟ ବାସିନ୍ଦା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.