ରାୟଗଡ଼ା କଂସାରୀଗୁଡ଼ାରେ ରିଫାଇନାରୀ କାରଖାନା ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଚୂଡାନ୍ତ ନିଷ୍ପତ୍ତି, ଆଜି ଜନଶୁଣାଣି

ରାୟଗଡ଼ା (କେନ୍ଯୁଜ୍): ରାୟଗଡ଼ା ଜିଲ୍ଳା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡ଼ା ଗାଁରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ରିଫାଇନାରୀ କାରଖାନା ପ୍ରତିଷ୍ଠା ନେଇ  ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଜି ଜନଶୁଣାଣି । ଯାହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।

ଅନ୍ୟପଟେ ଜିଲ୍ଲା ପୋଲିସ ପକ୍ଷରୁ ୬ଟି ନାକା ଚେକ ପୋଷ୍ଟ ସହ ୨ ଜଣ ଅତିରିକ୍ତ ଆରକ୍ଷୀ,୫ ଜଣ ଡ଼ିଏସପି,୮ ଜଣ ଇନ୍ସପେକ୍ଟର,୧୭ ଜଣ ସବ ଇନ୍ସପେକ୍ଟର,୧୯ ଜଣ ଏଏସଆଇ ନିଯୁକ୍ତି ହୋଇଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଏସପି ବିବେକାନନ୍ଦ ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.