Below header

କାରରୁ ୯୦ କେଜି ଗଞ୍ଜେଇ ଜବତ, ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ

କାରରୁ ୯୦ କେଜି ଗଞ୍ଜେଇ ଜବତ । କଡ୍ରି ଗାଁ ନିକଟରେ ଜବତ କଲା ମାଛକୁଣ୍ଡ ପୋଲିସ । ୯ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ । ଆନ୍ଧ୍ରରୁ ଜୟପୁରକୁ ଚାଲାଣ ବେଳେ ଚଢ଼ାଉ କରିଥିଲା ପୋଲିସ ।

ଲମତାପୁଟ (କେନ୍ୟୁଜ): କାରରୁ ୯୦ କେଜି ଗଞ୍ଜେଇ ଜବତ। କଡ୍ରି ଗାଁ ନିକଟରେ ଜବତ କଲା ମାଛକୁଣ୍ଡ ପୋଲିସ । ୯ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ। ଆନ୍ଧ୍ରରୁ ଜୟପୁରକୁ ଚାଲାଣ ବେଳେ ଚଢ଼ାଉ କରିଥିଲା ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ଲମତାପୁଟ ପୋଲିସ କଡ୍ରି ଗ୍ରାମରେ ନାକା ବନ୍ଦୀ କରିଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ହୁଣ୍ଡାଇ କାର ଅଟକାଇବାରୁ ବ୍ୟାରିକେଟ ଭାଙ୍ଗି ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ ପିଛା କରିବା ଦେଖି ଲିମାପୁଟ ଗ୍ରାମ ନିକଟ ଜଙ୍ଗଲ ପାଖରେ ଗାଡି ଛାଡି ଚମ୍ପଟ ମାରିଥିଲା ଡ୍ରାଇଭର । ପୋଲିସ ଗାଡିକୁ ଯାଞ୍ଚ କରିବାରୁ ପ୍ରାୟ ୯୦ କେଜି ଗଞ୍ଜେଇ ବାହାରି ଥିଲା । ଏହି ଗଞ୍ଜେଇର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.