SRFTIରେ ତିନିଦିନିଆ ସମ୍ମିଳନୀ ଉଦଘାଟିତ, ପୌରୋହିତ୍ୟ କଲେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ଆରମ୍ଭ ହୋଇଛି ୩ ଦିନିଆ National Transforming Film Education ସମ୍ମିଳନୀ। SRFTI ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ନୀର୍ଜା ଶେଖର ଉଦଘାଟନ କରିଥିଲେ।

କୋଲକାତା (କେନ୍ୟୁଜ): କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ଆରମ୍ଭ ହୋଇଛି ୩ ଦିନିଆ National Transforming Film Education ସମ୍ମିଳନୀ । SRFTI ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ନୀର୍ଜା ଶେଖର ଉଦଘାଟନ କରିଥିଲେ । SRFTIର ନିର୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ୟୁଜିସିର ଯୁଗ୍ମ ସଚିବ ଅଭିରୁଲ କପୁର୍ ଙ୍କ ସହ ସି.କେ. ମୁରଲିଧରନ, ରାକେଶ ରଞ୍ଜନ,ସଂକଳ୍ପ ଶେଷରନ, ଅମିତ୍ ସେନ, ଡକ୍ଟର ଅଭିଷେକ କୁମାର,ମାଇକେଲ ଜୋସେଫ, ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଗୋଟିଏ ଦେଶ ଗୋଟିଏ ଚଳଚ୍ଚିତ୍ର ଶିକ୍ଷା ପଦ୍ଧତି ପ୍ରଚଳନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ । ଏହି ଆଭିମୁଖ୍ୟ ପ୍ରତିଟି ଚଳଚ୍ଚିତ୍ର ଶିକ୍ଷା ପ୍ରତିଷ୍ଠାନରେ କାର୍ଯ୍ୟକାରୀ ହେଲେ ଚଳଚ୍ଚିତ୍ରର ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ଏହି ଅବସରରେ କିଟ୍ ର ଚଳଚ୍ଚିତ୍ର ବିଭାଗ ପ୍ରାଧ୍ୟାପକ ସୁଶାନ୍ତ ବାହିନୀପତି, ଆସୋସିଏଟ ଡିନ୍ ଗଣେଶ୍ୱର ମହାପାତ୍ର ଏବଂ ବିଜୁପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ରାକେଶ କୁମାର ଦାସ ଆଲୋଚନାରେ ଅଂଶ ଗ୍ରହଣ କରିଥିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.