Below header

କାଲିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା, ଛାତ୍ରଛାତ୍ରୀ ଉତ୍ସାହିତ

ଭଦ୍ରକ(କେ ନ୍ୟୁଜ): କାଲିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା। କରୋନା ପାଇଁ ଦୀର୍ଘ ୧୦ମାସ ଧରି ବନ୍ଦ ଥିଲା ପାଠପଢା। ଜାନୁଆରିରୁ ଦଶମ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଥିଲା । ନବମଶ୍ରେଣୀ କାଲିଠାରୁ ଖୋଲିବାକୁ ଯାଉଥିବାରୁ ଛାତ୍ରଛାତ୍ରୀମାନେ ବେଶ ଖୁସି ଅଛନ୍ତି। ଏଥିପାଇଁ ସ୍କୁଲଗୁଡ଼ିକରେ ସମସ୍ତ ପ୍ରକାର ପ୍ରତିଷେଧ ମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। କୋଭିଡ ପାଇଁ ଯେଉଁ ସ୍କୁଲଗୁଡ଼ିକରେ ଟିଏମ୍‌ସି କେନ୍ଦ୍ର

ହୋଇଥିଲା ତାକୁ ସାନିଟାଇଜ କରାଯାଇଛି। ଏହା ପୂର୍ବରୁ ଅଭିଭାବକଙ୍କ ସହ ମଧ୍ୟ ସ୍କୁଲ ପକ୍ଷରୁ ଆଲୋଚନା କରାଯାଇଛି। ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ। ସକାଳ ସାଢେ ଆଠଟାରୁ ପାଠପଢା ଆରମ୍ଭ ହୋଇ ସାଢେ ଦଶଟାରେ ଶେଷ ହେବ। ଏହାକୁ ନେଇ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.