Below header

ମ୍ୟାମାଁରରେ ସଶସ୍ତ୍ର ଆକ୍ରମଣରେ ୧୨ ମୃତ : ଏବେ ଇଣ୍ଟରନେଟ୍‌ ଉପରେ ରୋକ, ଟ୍ଵିଟର ଓ ଇନ୍‌ଷ୍ଟାଗ୍ରାମ ମଧ୍ୟ ବ୍ୟାନ୍‌’

ୟଙ୍ଗୁନ୍‌ :  ମ୍ୟାମାଁରରେ ସେନା ଶାସନ ଅକ୍ତିଆର କରିବା ପରେ ଜନସାଧାରଣଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଫଳରେ ଲୋକେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଜନ ଆକ୍ରୋଶରୁ ବଞ୍ଚିବା ପାଇଁ ସେନା ସରକାର ଏବେ ଇଣ୍ଟରନେଟ୍‌ ଉପରେ ରୋକ ଲଗାଇଛନ୍ତି । ଏପରିକି ଫେସ୍‌ବୁକ୍‌ ଓ ଇଣ୍ଟରନେଟ୍‌ କୁ ବ୍ୟାନ କରିଛନ୍ତି । ତଥାପି ବିରୋଧ ଥମିନାହିଁ । ଶନିବାର ୟଙ୍ଗୁନରେ ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇ ସେନା ସରକାରକୁ ବିରୋଧ କରିଛନ୍ତି । ଏଥିସହିତ ନିର୍ବାଚିତ ନେତା ଆଙ୍ଗ୍‌ ସାନ୍‌ ସୁ କି ଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି ।

ୟଙ୍ଗୁନ୍‌ରେ ନାକାବନ୍ଦି ଓ କଡ଼ା ସୂରକ୍ଷା ସତ୍ତ୍ୱେ ହଜାର ସଂଖ୍ୟାରେ ଲୋକେ ସେନା ସରକାର ଖିଲାପରେ ସ୍ଲୋଗାନ ଦେଇ ରାସ୍ତା ଉପରକୁ ଚାଲିଆସିଛନ୍ତି । ସେନା ସରକାର ଫେଲ୍‌ ଫେଲ୍‌ , ଲୋକତନ୍ତ୍ର ଜିତ କହିବା ସହ ଏନ୍‌ ଏଲ୍‌ ଡି ପାର୍ଟିର ପତାକା ଓ ଲାଲ୍‌ ପୋଷାକରେ ଲୋକେ ନଜର ଆସିଥିବା ଦେଖାଯାଇଛି । ଆନ୍ଦୋଳନକୁ ରୋକିବା ପାଇଁ ସେନା ସରକାର ସବୁ ସୋସିଆଲ୍‌ ମିଡିଆକୁ ବନ୍ଦ କରିଦେଇଛନ୍ତି । ମ୍ୟାମାଁର ମୁଖ୍ୟ ନେତାଙ୍କ ସହ ୧୩୪ ଜଣ ଅଧିକାରୀ ଓ ସାଂସଦଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି । ୧୮ ଜଣ ସ୍ୱତନ୍ତ୍ର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଜେଲ୍‌ ପଠାଯାଇଛି । ଆନ୍ଦୋଳନକୁ ଦମନ କରିବା ପାଇଁ ସଶସ୍ତ୍ର ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ପ୍ରକାଶଯୋଗ୍ୟ ଯେ ମ୍ୟାମାଁର ସେନା ସୋମବାର ସରକାରଙ୍କୁ ବରଖାସ୍ତ କରି ଶାସନ ନିଜ କବ୍‌ଜାକୁ ନେଇଛନ୍ତି । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ୍‌ ସୁ କି ଓ ରାଷ୍ଟ୍ରପତି ବିନ୍‌ ମିଣ୍ଟ ସହିତ କେତେକ ମୁଖ୍ୟ ନେତାଙ୍କୁ ନଜର ବନ୍ଦୀରେ ରଖିଛନ୍ତି । ଆଙ୍ଗ ସାନ୍‌ ଙ୍କ ଉପରେ ସଂଚାର ଉପକରଣ କିଣିବାରେ ଅନିୟମିତତାର ଯାଞ୍ଚ କରିବା ନେଇ ତାଙ୍କୁ ୧୫ ଫେବ୍ରୁଆରୀ ଯାଏ ନଜର ବନ୍ଦୀ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.