Personal Loan ପାଇଁ କରୁଛନ୍ତି କି ଆବେଦନ, ତ କେବେ ବି କରନ୍ତୁ ନାହିଁ ଏହି ଭୁଲ୍‌

ଯେତେବେଳେ ପଇସାର ଅତି ଆବଶ୍ୟକ ପଡ଼େ, ତ ଲୋକେ ପର୍ସନାଲ ଲୋନ ପାଇଁ ଏକାବେଳକେ ଅନେକ ବ୍ୟାଙ୍କରେ ଆବେଦନ କରି ଦିଅନ୍ତି, ଯେପରି ପଇସା କେଉଁଠାରୁ ବି ମିଳିଯାଉ। କିନ୍ତୁ ଏମିତି ଆବେଦନ କରିବା ସମୟରେ ଆବେଦନ ପ୍ରଭାବିତ ହୋଇପାରେ। କାହିଁକି ନା, ଦେଶର ସମସ୍ତ ପ୍ରମୁଖ ବିତ୍ତୀୟ ସଂସ୍ଥା CIBIL ସ୍କୋରରେ କ୍ରେଡିଟ୍‌ ରେଟିଂର ଯାଞ୍ଚ କରିଥାଆନ୍ତି।

ଜଣେ ବ୍ୟକ୍ତି ଯେତେବେଳେ ଏକରୁ ଅଧିକ ବ୍ୟାଙ୍କରେ ଲୋନ ପାଇଁ ଆବେଦନ କରିଥାଏ, ତ ତାଙ୍କର କ୍ରେଡିଟ୍‌ ହିଷ୍ଟ୍ରି ଦେଖାଯାଇଥାଏ ଏବଂ ସମ୍ଭାବିତ ଋଣଦାତା ଋଣ ସ୍ୱୀକୃତି ଦେବା ପାଇଁ ସହମତ ହୋଇ ନ ଥାଆନ୍ତି। ବ୍ୟାଙ୍କ ଯଦି ଗୋଟିଏ ଥର ଆପଣଙ୍କ ଆବେଦନକୁ ଅସ୍ୱୀକାର କରିଦିଏ, ତ ଏହାଦ୍ୱାରା କ୍ରେଡିଟ୍‌ ରେଟିଂ ଆହୁରି ବି କଡ଼ାକଡ଼ି ହୋଇଯାଇଥାଏ। ଏଥିରେ ଋଣ ପାଇବାରେ ଆହୁରି ସମସ୍ୟା ଆସିଥାଏ।

ଏହି ବିକଳ୍ପ ଆପଣାଇ ପାରିବେ

ଅନେକ ବ୍ୟାଙ୍କରେ ଲୋନ୍‌ ପାଇଁ ଆବେଦନ କରିବା ଅପେକ୍ଷା ଆପଣ ଅନ୍‌ଲାଇନ ବିତ୍ତୀୟ ବଜାରର ପତ୍ତା ଲଗାନ୍ତୁ ଏବଂ ସେଠାରେ ଲୋନ୍‌ ପାଇଁ ଆଦେବନ କରନ୍ତୁ। ଏହା ଏକ ବଢ଼ିଆ ବିକଳ୍ପ। କାହିଁକି ନା, ଏହିଭଳି ମାର୍କେଟପ୍ଲେସ୍‌ ଆପଣଙ୍କୁ ଲୋନ୍‌ ଅଫର କରିବା ପାଇଁ ଆପଣଙ୍କ କ୍ରେଡିଟ୍‌ ରିପୋର୍ଟ ମଧ୍ୟ ଆଣିଥାଆନ୍ତି। କିନ୍ତୁ ଏହା ଏକ ସଫ୍ଟ ଇନ୍‌କ୍ୱାରୀ ହୋଇଥାଏ ଏବଂ ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌କୁ କ୍ଷତି ପହଞ୍ଚି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.