ଭାରୀ କରଜକୁ ନେଇ ଚିନ୍ତିତ କି? ଜାଣନ୍ତୁ କେମିତି ରାଶି ଅନୁସାରେ ସହଜ ଉପାୟ ଆପଣାଇ ହୋଇପାରିବେ ଋଣ ମୁକ୍ତ

କରଜ ବା ଋଣ ଏମିତି ଏକ ଜିନିଷ, ଯାହା କାରଣରୁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। କରଜର ବୋଝ ସେହିମାନେ ହିଁ ବୁଝିପାରିବେ, ଯେଉଁମାନଙ୍କ ମୁଣ୍ଡରେ ଏହା ଥିବ। ଆଜି ଆମେ ଆପଣଙ୍କୁ କରଜ ପରିଶୋଧ କରିବାର ଉପାୟ ବିଷୟରେ କହିବୁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶି ପାଇଁ ଅଲଗା ଅଲଗା ଉପାୟ ରହିଛି, ଯାହାକୁ ଆପଣାଇଲେ ତୁରନ୍ତ କରଜକୁ ଛୁଟକାରା ମିଳିପାରିବ। ଏହାସହିତ ଆପଣଙ୍କ ଘରେ ଧନବର୍ଷା ହେବ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ମେଷ ରାଶି: ଗଣେଶ ଭଗବାନଙ୍କ ପୂଜା କରନ୍ତୁ। ନିଶ୍ଚିତ ଲାଭ ମିଳିବ।

୨. ବୃଷ ରାଶି: ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ମା’ଙ୍କୁ ଲାଲ୍‌ ଫୁଲ ଅର୍ପଣ କଲେ କରଜରୁ ଛୁଟକାରା ମିଳିବ।

୩. ମିଥୁନ ରାଶି: ଏହି ରାଶିର ଲୋକ ସକାଳେ ଏବଂ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତୁ।

୪. କର୍କଟ ରାଶି: ଏହି ରାଶିର ବ୍ୟକ୍ତିମାନେ କଦଳୀ ଗଛକୁ ପୂଜା କଲେ ଲାଭ ମିଳିବ। ଖାସ୍‌ କରି ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ।

୫. ସିଂହ ରାଶି: ଯଦି ଆପଣଙ୍କର ସିଂହ ରାଶି, ତା’ହେଲେ ଶନିବାର ଦିନ ଅଶ୍ୱତ୍‌ଥ ବୃକ୍ଷ ମୂଳେ ଏକ ଦୀପ ଜଳାନ୍ତୁ।

୬. କନ୍ୟା ରାଶି: ଏହି ରାଶିର ଲୋକେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ।

୭. ତୂଳା ରାଶି: ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

୮. ବିଛା ରାଶି: ସୂର୍ଯ୍ୟ ଏବଂ ତୁଳସୀଙ୍କୁ ଜଳ ଅର୍ପଣ କଲେ ଲାଭ ମିଳିଥାଏ।

୯. ଧନୁ ରାଶି: ଧନୁ ରାଶିର ଲୋକେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। ଏମିତି କଲେ କରଜରୁ ମୁକ୍ତି ମିଳିଥାଏ ଏବଂ ଧନ ଲାଭ ହୋଇଥାଏ।

୧୦. ମକର ରାଶି: ବୁଧବାର ଦିନ ଭଗବାନ ଗଣେଶଙ୍କୁ ସବୁଜ ଗୁଜୁରାତି ଅର୍ପଣ କଲେ ଲାଭ ମିଳିବ।

୧୧. କୁମ୍ଭ ରାଶି: ଶିବଲିଙ୍ଗ ଉପରେ ଗଙ୍ଗାଜଳ ଅର୍ପଣ କଲେ ଲାଭ ମିଳିବ। ସୋମବାର ଦିନ ଏହି କାମ ନିଶ୍ଚିତ କରନ୍ତୁ।

୧୨. ମୀନ ରାଶି: ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାନ୍ତୁ, କରଜରୁ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.