ଭାରତରେ ବନ୍ଦ ହେବାକୁ ଯାଉଛି ଏହି ପେମେଣ୍ଟ ଆପ୍‌, ତୁରନ୍ତ କାଢ଼ି ନିଅନ୍ତୁ ନିଜ ଟଙ୍କା

କୋଭିଡ୍‌-୧୯ ଯୋଗୁ ଭାରତରେ ଡିଜିଟାଲ ପେମେଣ୍ଟ ବେଶ୍‌ ଲୋକପ୍ରିୟ ହୋଇଛି। ଲୋକମାନେ ଟଙ୍କା ପଇସାର ଆଉ କ୍ୟାସ୍‌ କାରବାର ନ କରି ଡିଜିଟାଲି ପେମେଣ୍ଟ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଇତି ମଧ୍ୟରେ ଏକ ଡିଜିଟାଲ ପେମେଣ୍ଟ ଆପ୍‌ ଦେଶରେ ନିଜ ସର୍ଭିସ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି। ଡିଜିଟାଲ ପେମେଣ୍ଟ ଆପ୍‌ Paypal ର ସ୍ଥାନୀୟ ସଞ୍ଚାଳନ ବନ୍ଦ ହେବାକୁ ଯାଉଛି। ଏଣୁ ଯେଉଁମାନେ ଏହି ଆପ୍‌ ବ୍ୟବହାର କରୁଛନ୍ତି, ସେମାନେ ତୁରନ୍ତ ନିଜ ନିଜ ଟଙ୍କା ବାହାର କରିନିଅନ୍ତୁ। କାରଣ ଥରେ ବନ୍ଦ ହେବା ପରେ ଆପଣମାନେ ଆଉ ଏହି ଆପ୍‌ରେ କୌଣସି ପ୍ରକାରର ନେଣଦେଣ କରିପାରିବେ ନାହିଁ।

ରିପୋର୍ଟ ମୁତାବକ, ଭାରତରେ ଏହି ଆପ୍‌ ନିଜ ପେମେଣ୍ଟ ସର୍ଭିସ୍‌କୁ ୧ ଏପ୍ରିଲରୁ ବନ୍ଦ କରିବାକୁ ଘୋଷଣା କରିଛି। କିନ୍ତୁ ଆପଣ ଇଣ୍ଟରନ୍ୟାସନାଲ ପେମେଣ୍ଟ କରିବା ପାଇଁ Paypal ବ୍ୟବହାର କରିପାରିବେ। ତେବେ ଥରେ ଏହି ଆପ୍‌ ଭାରତରେ ନିଜ ସର୍ଭିସ୍‌ ବନ୍ଦ କରିସାରିବା ପରେ ଆପଣ ଆଉ ଏଥିରେ ନେଣଦେଣ କରିପାରିବେ ନାହିଁ। ଏଣୁ ଏପ୍ରିଲ ୧ ପୂର୍ବରୁ ହିଁ ଆକାଉଣ୍ଟରେ ଥିବା ଟଙ୍କାକୁ କାଢ଼ି ଆଣନ୍ତୁ।

ସୂଚନାଯୋଗ୍ୟ ଯେ Paypal ଦୁନିଆର ପ୍ରାୟ ୧୯୦ଟି ଦେଶରେ ସର୍ଭିସ ଯୋଗାଉଛି ଓ ଏହି ଆପ୍‌ରେ ପାଖାପାଖି ୧୦୦ ମିଲିୟନ୍‌ ଆକାଉଣ୍ଟ ମେମ୍ବର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.