ଉଦ୍ଧାର ହେଲା ୧୨ ଫୁଟିଆ ଅଜଗର, ଖାଦ୍ୟ ଅନ୍ବେଷଣରେ ଘରେ ପଶିଯାଇଥିବା ଅନୁମାନ

ଜୟପୁର ବୋରିଗୁମ୍ମା ରଣସପୁରରେ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଗାଁର ଶସି ତନ୍ତୀ ଘରେ ଆଜି ସକାଳୁ ସାପଟି ପଶି ଯାଇଥିଲା। ଗାଁ ଲୋକେ ସାପ ଟିକୁ ଘରୁ ବାହାରକୁ ବାହାର କରି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

ଜୟପୁର (କେନ୍ୟୁଜ): ଉଦ୍ଧାର ହେଲା ୧୨ ଫୁଟର ଅଜଗର । ଜୟପୁର ବୋରିଗୁମ୍ମା ରଣସପୁରରେ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଗାଁର ଶସି ତନ୍ତୀ ଘରେ ଆଜି ସକାଳୁ ସାପଟି ପଶି ଯାଇଥିଲା। ଗାଁ ଲୋକେ ସାପ ଟିକୁ ଘରୁ ବାହାରକୁ ବାହାର କରି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସାପଟିକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ସାପଟି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରେ ପଶିଯାଇଥିବା ଅନୁମାନ କରାଯାଉଛି ।