ହେ ପ୍ରଭୁ, ତୁମକୁ ବି ଛାଡିଲେନି ! ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟିର ଚେକ୍‌, କିନ୍ତୁ ଆକାଉଣ୍ଟରେ ମିଳିଲା ମାତ୍ର ୧୭ ଟଙ୍କା

ଭଗବାନଙ୍କୁ ୧୦୦ କୋଟି ଟଙ୍କାର ଚେକ୍‌ ଦାନବାକ୍ସରେ ଦେଇଆସିଥିଲେ ଭକ୍ତ । ମନ୍ଦିର ପ୍ରଶାସନ ପକ୍ଷରୁ ଚେକ୍‌କୁ ନେଇ ବ୍ୟାଙ୍କ ସହିତ ସଂପର୍କ କରିବା ପରେ ଆକାଉଣ୍ଟରେ ଯେତିକି ଟଙ୍କା ଥିଲା ତାହା ଜାଣିବା ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା । ୧୦୦ କୋଟି ଟଙ୍କାର ଚେକ୍‌ ଦେଇଥିବା ଭକ୍ତ ଆକାଉଣ୍ଟରେ ମାତ୍ର ୧୭ ଟଙ୍କାର ବାଲାନ୍ସ ଥିଲା ।

ଭଗବାନଙ୍କୁ ବି ଠକିଦେଲା ଭକ୍ତ । ଭଗବାନଙ୍କୁ ୧୦୦ କୋଟି ଟଙ୍କାର ଚେକ୍‌ ଦାନବାକ୍ସରେ ଦେଇଆସିଥିଲେ ଭକ୍ତ । ମନ୍ଦିର ପ୍ରଶାସନ ପକ୍ଷରୁ ଚେକ୍‌କୁ ନେଇ ବ୍ୟାଙ୍କ ସହିତ ସଂପର୍କ କରିବା ପରେ ଆକାଉଣ୍ଟରେ ଯେତିକି ଟଙ୍କା ଥିଲା ତାହା ଜାଣିବା ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା । ୧୦୦ କୋଟି ଟଙ୍କାର ଚେକ୍‌ ଦେଇଥିବା ଭକ୍ତ ଆକାଉଣ୍ଟରେ ମାତ୍ର ୧୭ ଟଙ୍କାର ବାଲାନ୍ସ ଥିଲା । ଏହି ଖବର ପ୍ରସାରିତ ହେବା ପରେ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଲୋକ ଚେକ୍‌ ପକାଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ସାଧାରଣତଃ ଦକ୍ଷିଣ ଭାରତର ମନ୍ଦିରଗୁଡିକୁ ବହୁତ ଦାନ ମିଳିଥାଏ । ବିଶାଖାପାଟନମର ସିହ୍ମାଚଳମରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହା ସ୍ୱାମୀ ବରି ଦେବସ୍ଥାନମ ମନ୍ଦିରରେ ବୁଧବାର ଦିନ ହୁଣ୍ଡି ସଂଗ୍ରହକୁ ଗଣନା କରୁଥିବାବେଳେ ମନ୍ଦିରକୁ ଦାନ କରାଯାଇଥିବା ୧୦୦ କୋଟି ଟଙ୍କାର ଚେକ୍ ମିଳିବା ପରେ ଖୁସି ହୋଇଯାଇଥିଲେ ସିହ୍ମାଚଳମ ଦେବସ୍ଥାନମର ଅଧିକାରୀମାନେ । ଏହାପରେ ଚେକ୍‌କୁ କ୍ୟାସ କରିବା ପାଇଁ ମନ୍ଦିରର ଅଧିକାରୀ ବ୍ୟାଙ୍କକୁ ଯାଇଥିଲେ । ହେଲେ ସେଠାରେ ଯାଇ ଯାହା ଜାଣିବାକୁ ପାଇଲେ, ସେମାନଙ୍କ ହୋସ୍‌ ଉଡିଗଲା । ୧୦୦ କୋଟି ଦାନ କରି ଚେକ୍‌ ଦେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ମାତ୍ର ୧୭ ଟଙ୍କା ରହିଥିଲା ।

ମନ୍ଦିର ପ୍ରଶାସନ ପକ୍ଷରୁ ଦାତାଙ୍କୁ ଚିହ୍ନଟ କରିବା ପାଇଁ ନିବେଦନ କରାଯିବା ପରେ ତାଙ୍କ ବିରୋଧରେ ଚେକ୍‌ ବାଉନ୍ସ ମାମଲା ଦାଏର କରାଯିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସକୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.