ଅମାନବୀୟ କାଣ୍ଡ: ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଯୁବକ ଅଟକ

କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ୪ଜଣ ଯୁବକ ଦୁଷ୍କର୍ମ ସହ ମାଡ଼ ମାରିଛନ୍ତି ବୋଲି ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ।

କଣ୍ଟାବାଞ୍ଜି (କେନ୍ୟୁଜ): କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ୪ଜଣ ଯୁବକ ଦୁଷ୍କର୍ମ ସହ ମାଡ଼ ମାରିଛନ୍ତି ବୋଲି ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଘଟଣା ସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ବିଳମ୍ବିତ ରାତିରେ ଶୋଇବା ସମୟରେ ଏହି ଘଟଣା ଘଟି ଥିବାବେଳେ ଗାଁର ହିଁ ଯୁବକ ଏଥିରେ ସାମିଲ ଥିବା ଜଣାପଡିଛି । ବର୍ତ୍ତମାନ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ତେବେ ଏହି ମାମଲାରେ କଣ୍ଟାବାଞ୍ଜି ପୋଲିସ ଦୁଷ୍କର୍ମ ଅଭିଯୋଗରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି । ସେପଟେ ପରିବାର ବର୍ଗ ଏହି ଯୁବକ ମାନଙ୍କୁ ଫାଶୀ ଦିଆଯାଉ ବୋଲି ମଧ୍ୟ ଦାବି କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.