Below header

ଚନ୍ଦ୍ରଯାନ-୩ରୁ ନିଆଯାଇଥିବା ଫଟୋକୁ ଟ୍ୱିଟରରୁ ଡିଲିଟ କଲା ISRO, ଟ୍ଵିଟ୍‌ କରିବା ପରେ କାହିଁକି କଲା ଏମିତି ?

ISRO କିଛି ମିନିଟ୍ ପରେ ଟ୍ୱିଟ୍ ସହିତ ସମସ୍ତ ଫଟୋ ଡିଲିଟ କରିଛି । ଏପର୍ଯ୍ୟନ୍ତ ISRO ଦ୍ୱାରା ଏନେଇ କୌଣସି ସ୍ପଷ୍ଟୀକରଣ ଜାରି କରାଯାଇ ନାହିଁ କିମ୍ବା ଅନ୍ୟ କୌଣସି ଫଟୋ ସେୟାର କରାଯାଇ ନାହିଁ । ସେୟାର ହୋଇଥିବା ଫଟୋ ଗୁଡ଼ିକରେ ଚନ୍ଦ୍ରଯାନ –୩ର ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଦେଖା ଯାଉଥିଲା ।

ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ –୩ର ଐତିହାସିକ ସଫଳତା ପରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଶ୍ରେଷ୍ଠ ହୋଇଛି । ଏହି ମିଶନ ସମୟରେ ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) କ୍ରମାଗତ ଭାବରେ ଅପଡେଟ ଦେଉଛି । ତେବେ ଆଜି ISROର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଚନ୍ଦ୍ରଯାନ –୩ର ଦୁଇଟି ଫଟୋ ସେୟାର କରାଯାଇଥିଲା । ISRO କହିଛି ଯେ ଏହି ଫଟୋଗୁଡ଼ିକ ଚନ୍ଦ୍ରଯାନ-୨ ର ଅର୍ବିଟର ଦ୍ୱାରା ନିଆଯାଇଛି ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ISRO କିଛି ମିନିଟ୍ ପରେ ଟ୍ୱିଟ୍ ସହିତ ସମସ୍ତ ଫଟୋ ଡିଲିଟ କରିଛି । ଏପର୍ଯ୍ୟନ୍ତ ISRO ଦ୍ୱାରା ଏନେଇ କୌଣସି ସ୍ପଷ୍ଟୀକରଣ ଜାରି କରାଯାଇ ନାହିଁ କିମ୍ବା ଅନ୍ୟ କୌଣସି ଫଟୋ ସେୟାର କରାଯାଇ ନାହିଁ । ସେୟାର ହୋଇଥିବା ଫଟୋ ଗୁଡ଼ିକରେ ଚନ୍ଦ୍ରଯାନ –୩ର ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଦେଖା ଯାଉଥିଲା । କିନ୍ତୁ ଏହା ବର୍ତ୍ତମାନ ଉପଲବ୍ଧ ନାହିଁ ।

ISRO ଫଟୋ ସେୟାର କରି ଲେଖିଥିଲା ଯେ ‘ଆଇ ସ୍ପାଏ ଅନ ୟୁ’ । ଚନ୍ଦ୍ରଯାନ –୩ର ଏହି ଫଟୋ ଗୁଡ଼ିକ ଚନ୍ଦ୍ରଯାନ-୨ର ଅର୍ବିଟରରେ ଲାଗିଥିବା ହାଇ ରିଜୋଲ୍ୟୁସନ୍ କ୍ୟାମେରାରୁ ନିଆଯାଇଛି । ୨୦୧୯ରେ ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ ଲଞ୍ଚ କରାଯାଇଥିଲା, ଯାହା ଚନ୍ଦ୍ରରେ ଲ୍ୟାଣ୍ଡ କରିବାର କିଛି ମିନିଟ ପୂର୍ବରୁ କ୍ରାସ ହୋଇଥିଲା । କିନ୍ତୁ ଏହାର ଅର୍ବିଟର ବର୍ତ୍ତମାନ ମଧ୍ୟ ଚନ୍ଦ୍ରର କକ୍ଷପଥରେ ଘୁରି ବୁଲୁଛି ।

ଚନ୍ଦ୍ରଯାନ –୩, ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଏକ ସଫ୍ଟ ଲ୍ୟାଣ୍ଡ କରିବାର କିଛି ଘଣ୍ଟା ପରେ ରୋଭର ମଧ୍ୟ ଲ୍ୟାଣ୍ଡରରୁ ବାହାରି ଆସିଛି । ISRO ଦ୍ୱାରା ଏହାର ଫଟୋ ମଧ୍ୟ ସେୟାର କରାଯାଇଛି । ରୋଭର ଚନ୍ଦ୍ର ପୃଷ୍ଠରେ ୧୪ ଦିନ ରହିବ ଏବଂ ସେଠାରେ ଥିବା ପରିବେଶ ଏବଂ ମାଟିର ଅନୁସନ୍ଧାନ କରିବ । ଏହା ବ୍ୟତୀତ ଏହା ଚନ୍ଦ୍ରର ଦକ୍ଷିଣ ଭାଗରେ ମଧ୍ୟ ଜଳ ଖୋଜିବାକୁ ଚେଷ୍ଟା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.