ଦୁଇ ବର୍ଷ ହେଲା ଚାଲିଛି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ, ଚାକୁଣ୍ଡା ଗଛ ମୂଳେ ବସି ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ

ଜଣେ କି ଦୁଇ ଜଣ ନୁହେଁ ୮୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ବସି ପାଠପଢୁଛନ୍ତି ତାହା ପୁଣି ଚାକୁଣ୍ଡା ଗଛ ମୂଳରେ । ଏ ଦୃଶ୍ୟ କେଉଁ ଉପାନ୍ତ ଅଂଚଳର ନୁହେଁ ବରଂ ଏ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ବେରବୋଇ ହାଇସ୍କୁଲ ପରିସରରେ ଚାଲୁଥିବା ଆଦର୍ଶ ବିଦ୍ୟାଳୟର ଦୃଶ୍ୟ ।

ପିପିଲି(କେନ୍ୟୁଜ୍): ଚାଲିଛି ପାଠ ପଢା । ହାତରେ ବହି ଧରି ଶିକ୍ଷୟତ୍ରୀ ପଢାଉଛନ୍ତି ପାଠ । ସେପଟେ ପିଲାମାନେ ମଧ୍ୟ ଶିକ୍ଷୟତ୍ରୀଙ୍କ ପ୍ରଶ୍ନର ଦେଉଛନ୍ତି ଉତ୍ତର । ଜଣେ କି ଦୁଇ ଜଣ ନୁହେଁ ୮୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ବସି ପାଠପଢୁଛନ୍ତି । ଏହି ଚାକୁଣ୍ଡା ଗଛ ମୂଳରେ ଚାଲିଛି ଶିକ୍ଷାଦାନ । ଏ ଦୃଶ୍ୟ କେଉଁ ଉପାନ୍ତ ଅଂଚଳ ନୁହେଁ ବରଂ ଏ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ବେରବୋଇ ହାଇସ୍କୁଲ ପରିସରରେ ଚାଲୁଥିବା ଆଦର୍ଶ ବିଦ୍ୟାଳୟର ଦୃଶ୍ୟ ।

ଦୁଇ ବର୍ଷ ଧରି ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏହା ଆଜି ଯାଏ ଶେଷ ହୋଇ ପାରିନଥିବାରୁ ଏଭଳି ଅବ୍ୟବସ୍ଥାରେ ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନେକ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ଶିକ୍ଷା ଗ୍ରହଣ କରୁଥିବାବେଳେ ସେମାନେ ସଂଜ୍ଞାହୀନ ହୋଇ ପଡୁଛନ୍ତି । ତେବେ ଆବଶ୍ୟକ ଶ୍ରେଶୀ ଗୃହ ଯୋଗାଇ ଦେବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।

teacher

ଡ଼େଲାଙ୍ଗ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୨ କୋଟି ୨୭ ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ କରାଯାଉଥିବାବେଳେ ୩୧.୧୦.୧୦୨୩ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି । ତେବେ କାର୍ଯ୍ୟ ଏପର୍ଯ୍ୟନ୍ତ ଅଧପନ୍ତରିଆ ଭାବରେ ପଡ଼ିରହିଛି । ଯାହାଫଳରେ ବେରବୋଇ ହାଇସ୍କୁଲ ପରିସରରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଉଛି ।

ତେବେ ସେଠାରେ ଶୈାଚାଳୟର ସୁବିଧା ନଥିବା ସହିତ ପାନୀୟ ଜଳର ସମସ୍ୟା ରହିଥିବା ଦେଖିବାକୁ ମିଳିଛି । ଏପଟେ ପିଲାମାନେ ଗଛମୂଳରେ ପାଠ ପଢିବା କଥାକୁ ପୁରୀ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ସ୍ଵୀକାର କରିଛନ୍ତି । ଏଠାରୁ ବିଦ୍ୟାଳୟକୁ ସ୍ଥାନାନ୍ତର କରି ହାଟ ଡ଼େଲାଙ୍ଗ ସ୍ଥିତ ମହତାବ ହାଇସ୍କୁଲରେ ଚାଲୁ କରାଯିବା ପାଇଁ ବିଡ଼ିଓ ଏବଂ ପୁରୀ ଜିଲ୍ଲା ସହକାରୀ ଶିକ୍ଷାଧିକାରୀ କହିଛନ୍ତି । କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ସେମାନଙ୍କ ପାଇଁ ଶୈକ୍ଷିକ ବାତାବରରଣ ସୃଷ୍ଟି କରି ସେମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବା ଆବଶ୍ୟକ।

Leave A Reply

Your email address will not be published.