Below header

ୟୋ-ୟୋ ଟେଷ୍ଟ ସ୍କୋର ସୋସିଆଲ ମିଡିଆରେ ପୋଷ୍ଟ କରିବା ବିରାଟଙ୍କୁ ପଡିଲା ମହଙ୍ଗା, ବିସିସିଆଇ ଦେଲା ଚେତାବନୀ

ବିସିସିଆଇ ନିୟମ ମୁତାବକ ୟୋ ୟୋ ଟେଷ୍ଟ ସ୍କୋରକୁ ସାର୍ବଜନିନ କରିବା ନିୟମର ଉଲ୍ଲଙ୍ଘନ । ବିରାଟ ୟୋ-ୟୋ ଟେଷ୍ଟ ସ୍କୋରକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଥିବାରୁ ବିସିସିଆଇ ଚେତାବନୀ ଦେଇଛି ।

ବିରାଟ କୋହଲିଙ୍କ ଉପରେ ନାରାଜ ହୋଇଛି ବିସିସିଆଇ । ବିରାଟ ଗତକାଲି ୟୋ ୟୋ ଟେଷ୍ଟ ସ୍କୋରକୁ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ବିରାଟଙ୍କ ଏଭଳି ହରକତଙ୍କୁ ବିସିସିଆଇ ପସନ୍ଦ କରିନାହିଁ । ବିସିସିଆଇର କଣ୍ଟ୍ରାକ୍ଟ ଅନୁସାରେ ଟିମର କୌଣସି ଖେଳାଳି ୟୋ-ୟୋ ଟେଷ୍ଟ ସ୍କୋରକୁ ସାର୍ବଜନିକ କରିପାରିବେ ନାହିଁ । ଏମିତି କରିବା ବିସିସିଆଇର କଣ୍ଟ୍ରାକ୍ଟ ଅନୁଯାୟୀ ନିୟମ ଉଲ୍ଲଙ୍ଘନ ।

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିରାଟ ଫ୍ୟାନ୍ସ ସହିତ ୟୋ-ୟୋ ଟେଷ୍ଟ ସ୍କୋରକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଲେଖିଥିଲେ, ଯେଉଁଥିରେ ଲେଖିଛନ୍ତି, ୟୋ-ୟୋ ଟେଷ୍ଟ ଶେଷ କରିବାର ଖୁସି । ୧୭.୨ ଡନ୍ ।

ବିରାଟଙ୍କ ଏଭଳି ହରକତରେ ନିରାଶ ହୋଇଛି ବିସିସିଆଇ । ବିସିସିଆଇ କହିଛି, ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ଖେଳାଳି କିଛି ବି ଗୋପନୀୟ ମାମଲା ପୋଷ୍ଟ ନ କରିବାକୁ ପୂର୍ବରୁ କୁହାଯାଇଛି । ଅଭ୍ୟାସ ସମୟରେ ଫଟୋ ପୋଷ୍ଟ କରିପାରିବେ । କିନ୍ତୁ ନିୟମାନୁସାରେ ଯାହା ମନା କରାଯାଇଛି, ତାହା କରିପାରିବେ ନାହିଁ । ଏଭଳି କରିବା ନିୟମର ଉଲ୍ଲଙ୍ଘନ ।

ୟୋ-ୟୋ ଟେଷ୍ଟରେ ପାସ୍ ହେବାକୁ ଭାରତୀୟ ଖେଳାଳିଙ୍କୁ ଅତିକମରେ ୧୭.୧ ସ୍କୋର କରିବା ଜରୁରୀ । ବିସିସିଆଇ ଫିଟନେସ ପାରାମିଟର ୧୬.୫ ରହିଛି ।ଏସିଆ କପ୍ ପୂର୍ବରୁ ବାଙ୍ଗାଲୋରର ଅଲୁରରେ ଆଗାମୀ ଭାରତୀୟ ଟିମର କ୍ୟାମ୍ପ ହେବ । ସେଥିରେ ସମସ୍ତ ଖେଳାଳି ୟୋ-ୟୋ ଟେଷ୍ଟ ଦେବା ଜରୁରୀ । ଏସିଆ କପ୍ ପାଇଁ ୧୭ ଜଣିଆ ଟିମ୍ ବିସିସିଆଇ ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.