ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଚକା ତଳେ ଆସି ଚାଲିଗଲା ଛାତ୍ରୀଙ୍କ ଜୀବନ

ଯାଜପୁର ରୋଡ : ସ୍କୁଲରୁ ଫେରୁଥିବା ସମୟରେ ଟ୍ରକ ତଳେ ଆସି ଗଲା ନିରୀହ ଛାତ୍ରୀଙ୍କ ଜୀବନ।ଯାଜପୁର ଜିଲା ସୁକିନ୍ଦା ଥାନା ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକରେ ଘଟିଛି ଏହି ଅଘଟଣ । ମଙ୍ଗଳପୁର ସ୍କୁଲର  ତୃତୀୟ ଶ୍ରେଣୀ ଛାତ୍ରୀ ଦେବଯାନୀ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।   ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିବା ବେଳେ ଉତ୍ୟକ୍ତ ଲୋକେ ଡ୍ରାଇଭରକୁ ପାଇ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.