Below header

ମୁନ ମିଶନରେ ଭାରତ ହେବ ଚତୁର୍ଥ ଦେଶ: ଏନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା

ନୂଆଦିଲ୍ଲୀ(କେନ୍ୟୁଜ୍) : ଚନ୍ଦ୍ରାୟଣ-୨ ଉତ୍‌କ୍ଷେପଣ ପରେ ଟ୍ଵିଟ୍‌ କରି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚନ୍ଦ୍ରାୟଣ-୨ର ସଫଳତା କାମନା କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାର୍ଯ୍ୟାଳୟରେ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଦେଖିଛନ୍ତି । ମୋଦି କହିଛନ୍ତି, ଏହା ଆମ ପାଇଁ ଗୌରବର ସମୟ । ଏହା ଆମ ବୈଜ୍ଞାନିକ ଓ ୧୩୦ କୋଟି ଭାରତୀୟଙ୍କୁ ଏକ ନୂଆ ସ୍ତରକୁ ନେଇଛି । ଆମ ସବୁ ଭାରତୀୟ ଏହାକୁ ନେଇ ଗର୍ବ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ ମଧ୍ୟ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.