ଜହ୍ନକୁ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରାୟନ-୨

ଶ୍ରୀହରିକୋଟା(କେନ୍ୟୁଜ୍) : ଜହ୍ନକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରାୟନ-୨ । ଶ୍ରୀହରିକୋଟାରୁ ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଉତ୍‌କ୍ଷେପଣ ହୋଇଛି । ଚନ୍ଦ୍ରାୟନ-୨କୁ ସାଥୀରେ ନେଇ ଯାଇଛି GSLV MK-୩ । ଚନ୍ଦ୍ରରେ ପହଞ୍ଚିବାକୁ ଦୁଇ ମାସ ଲାଗିବ । ସେପ୍ଟେମ୍ବର ୭ରେ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଠର ପହଞ୍ଚିବ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚିବ । ପୃଥିବୀରୁ ଚନ୍ଦ୍ରପୃଷ୍ଠର ଦୂରତା ୩ ଲକ୍ଷ ୮୪ ହଜାର କିମି । ୪୮ତମ ଦିନରେ ଚନ୍ଦ୍ରରେ ଓହ୍ଲାଇବ ‘ବିକ୍ରମ’ । ଚନ୍ଦ୍ରାୟନ-୨ର ମୁନ୍‌ ଲ୍ୟାଣ୍ଡର ‘ବିକ୍ରମ’ । ଚନ୍ଦ୍ରାୟନ-୨ରେ ରହିଛି ରୋଭର ପ୍ରଜ୍ଞା । ଚନ୍ଦ୍ରାୟନ-୨ରେ ରହିଛି ରୋଭର ପ୍ରଜ୍ଞା । ମୁନ ମିଶନରେ ଭାରତ ହେବ ଚତୁର୍ଥ ଦେଶ । ପୂର୍ବରୁ ଆମେରିକା, ଚୀନ ଓ ସୋଭିଏତ ୟୁନିୟନ ଚନ୍ଦ୍ରରେ ଅବତରଣ କରିଛନ୍ତି । ଚନ୍ଦ୍ରାୟାନ-୨ ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର। GSLV MK-୩ ରକେଟ୍‌ ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ । ଇସ୍ରୋ ବୈଜ୍ଞାନିକ ଏହାର ଡାକ ନାଁ ଫ୍ୟାଟ୍‌ ବଏ ରଖିଛନ୍ତି।


video courtesy: PIB India

ମିଡିଆରେ ବାହୁବଳୀ ନାଁରେ ଲୋକପ୍ରିୟ ହୋଇଛି। ରକେଟର ତିନିଟି ଷ୍ଟେଜ୍‌। ପ୍ରଥମ ଷ୍ଟେଜ୍‌ ସଲିଡ ରକେଟ୍‌ ବୁଷ୍ଟର, ଦ୍ୱିତୀୟ ଷ୍ଟେଜ୍‌ ଲିକ୍ୟୁଡ୍‌ ଷ୍ଟେଜ୍‌ ଓ ତୃତୀୟ, କ୍ରାୟୋଜେନିକ ଅପର ଷ୍ଟେଜ୍‌ । ରକେଟ ଉତ୍‌କ୍ଷେପଣର ୧୬ ମିନିଟ ପରେ ପୃଥିବୀର ପାର୍କିଂ କକ୍ଷରେ ପହଞ୍ଚିଛି, ମହାକାଶ ଯାନ। ପୃଥିବୀର କକ୍ଷ ପଥ ଚାରିପଟେ ବୁଲି ବୁଲି ଏହା ଧିରେ ଧିରେ ଉପରକୁ ଉଠିବ, ଏହାପରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ । ଅରବିଟର ଚନ୍ଦ୍ରର କକ୍ଷପଥରେ ପହଞ୍ଚିିବା ପରେ, ସେଥିରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଠରେ ଅନୁଧ୍ୟାନ କରି ରୋଭର ପ୍ରଜ୍ଞା। ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ। ରୋଭର ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ । ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.