Below header

ଫଟୋ ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା ଏହି ସ୍ଥାନରେ ବସବାସ କରୁଛନ୍ତି ମଣିଷ, ବିଶ୍ବାସ ହେଉନିନା !

ଦୁନିଆରେ ଏମିତି ଅନେକ ଅଜବଗଜବ ସ୍ଥାନ ରହିଛି ଯେଉଁଠି ରହିବା ତ ଦୂରର କଥା ମଣିଷ ଯିବା ପାଇଁ ମଧ୍ୟ ବହୁତ ମୁସକିଲ। ଆଜି ଆମେ ଆପଣଙ୍କୁ ଏମିତି କିଛି ଅଜବ ଯାଗା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣଙ୍କୁ ବିଶ୍ବାସ ହେବ ନାହିଁ। ସେ କେତେ ବି ଭୟଙ୍କର ସ୍ଥାନ ହେଉଥାଉ ନା କାହିଁକି ମଣିଷ କୌଣସି ବି ସ୍ଥାନକୁ ନିଜର ବାସ ସ୍ଥାନ କରିପାରିବ।

seaସମୁଦ୍ରରେ ଯେଉଁ ସ୍ଥାନରେ ଏହି ଘର ବନାଯାଇଛି ତାହା ଉପରେ କୌଣସି ବି ଦେଶର ଅଧିକାର ନାହିଁ। ଏହି ସ୍ଥାନ ରହିବା ପାଇଁ ବହୁତ ହିଁ ଅଜବ ଅଟେ। କିଛି ଲୋକ ଏହି ଦୁନିଆକୁ ସବୁଠାରୁ ଛୋଟ ରାଜ୍ୟ ବୋଲି ମଧ୍ୟ କହିଥିଲେ। ସିଲ୍ୟାଣ୍ଡରେ ହୋଇଥିବା ସିଫୋର୍ଟ ଗ୍ରେଟ ବ୍ରିଟେନ ଆଇଲ୍ୟାଣ୍ଡ ୧୩ କିଲୋମିଟର ଦୂରତାରେ ରହିଛି। ପୂର୍ବରୁ ସିଲ୍ୟାଣ୍ଡ ନିଜର ପାସପୋର୍ଟ ଏବଂ ମୁଦ୍ରା ଥିଲା।

turkiତୁର୍କିର ପ୍ରାଚୀନ ଅନାଟୋଲିୟା ପ୍ରାନ୍ତରେ ଥିବା ଏହି ସୁନ୍ଦର ସ୍ଥାନକୁ ମଣିଷଙ୍କର ସବୁଠାରୁ ପୁରୁଣା ଠିକଣା ମଧ୍ୟରୁ ଗୋଟିଏ ବୋଲି ଧରାଯାଏ। ଏହା ପାରସୀ ସାମ୍ରାଜ୍ୟର ସବୁଠାରୁ ପୁରୁଣା ପ୍ରାନ୍ତ ଅଟେ। ଏହି ସ୍ଥାନ ୟୁନେସ୍କୋ ବିଶ୍ବ ଧରୋହରୋରେ ସାମିଲ ରହିଛି।

bridgeଏହା ଇଟାଲୀର ଫିରେଣ୍ଡେ ସହରର ସ୍ମରଣୀୟ ପୋଲ ମଧ୍ୟରୁ ଗୋଟିଏ। ଏହାକୁ ପୋଣ୍ଟେ ୱେକିୟୋ ଅର୍ଥାତ ପୁରୁଣା ବ୍ରିଜ୍ ନାମ ଦ୍ବାରା ଜଣାଯାଇଥାଏ। ଏହି ପୋଲ ଆର୍ନୋ ନଦୀ ଉପରେ ବନା ହୋଇଛି। ଏହି ପୋଲର ନିର୍ମାଣ ୧୩୪୫ ସମୟରେ କରାଯାଇଥିଲା ଯେତେବେଳେ ନଦୀ ପାର ହେବା ପାଇଁ ପାଦରେ ଚାଲିବା ପାଇଁ ନିର୍ମାଣ କରାଯାଇଥିବା ଦୁଇ ପୋଲ ବାତ୍ୟାରେ ନଷ୍ଟ ହୋଇଯାଇଥିଲା। କିଛି ସମୟ ପରେ ଏହି ପୋଲ ଉପରେ ଦୋକାନ ଏବଂ ଘର ନିର୍ମାଣ ହୋଇଗଲା ଯାହା ସମୟ ସହିତ ବଢ଼ିବାକୁ ଲାଗିଲା।

ଏହା ସହ ପଢ଼ନ୍ତୁ : ପାହାଡ଼ରେ ବର୍ଷାର ଅନୁଭବ ନେବାକୁ ଚାହାଁନ୍ତି କି, ତା’ହେଲେ ଥରେ ନିଶ୍ଚୟ ବୁଲି ଆସନ୍ତୁ ଏହି ସବୁ ଜାଗା

houseଯମନର ହରାଜ୍ ପାହାଡରେ ସବୁଠାରୁ ଉଚ୍ଚତାରେ ଥିବା ସହର ଅଟେ। ଯାହାକୁ ଅଲହଜରାହ ନାମରେ ଜଣାଯାଇଥାଏ। ଅବଶ୍ୟ ଅଫିସିଆଲ ଭାବରେ ଏହାକୁ ଦ୍ବାଦଶ ଶତାବ୍ଦୀରେ ବୋଲି ଧରାଯାଏ। କବାଟ ଭଳି ଦେଖାଯାଉଥିବା ଏହି ଅନେକ ଅଟ୍ଟାଳିକା ସମୟ-ସମୟ ମଧ୍ୟରେ ପୂର୍ନନିର୍ମାଣ ହୋଇଥାଏ।

mathaଗ୍ରୀସର ଥେସଲେ ଅଞ୍ଚଳରେ ଖମ୍ଭେନୁମା ଖଡି ପାହାଡରେ ରହିଛି ଏହି ମଠ। ୧୫୪୫ ମସିହାରେ ଏହାକୁ ପୁର୍ନବାର ନିର୍ମାଣ କରାଯାଇଥିଲା। ଏହାକୁ ଦୁଇ ଜଣ ଭାଇ ମେକ୍ସିମୋସ ଏବଂ ଲୋଆସ୍କ ମିଶି ନିର୍ମାଣ କରିଥିଲେ। ଏଥିରେ ଚର୍ଚ୍ଚ, ଗେଷ୍ଟ କ୍ବାର୍ଟର, ରିସେପସନ ହଲ ଏବଂ ଡିସପ୍ଲେ ହଲ ସମେତ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ୧୮୦୦ ମସିହାରେ ପୋଲ ନିର୍ମାଣ ହେବା ପରେ ଏଠାକୁ ଆସିବା ସହଜ ହୋଇଯାଇଥିଲା। ଏଠାରେ ଏବେ ଏକ ଛୋଟ ସମୂହଙ୍କର ରହିବା ପାଇଁ ବାସସ୍ଥାନ ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.