Below header

ତିଆରି ହେଲା ପିମ୍ପୁଡି ଆକାରର ରୋବର୍ଟ, ଚିକିତ୍ସା କ୍ଷେତ୍ରରେ କରିବ ସାହାଯ୍ୟ

ଆମେରିକାର ଜର୍ଜିୟା ଇନଷ୍ଟିଚ୍ୟୁଟର ଅଫ ଟେକ୍ନୋଲୋଜିର ବୈଜ୍ଞାନିକ ଦୁନିଆର ସବୁଠାରୁ ଛୋଟ ରୋବର୍ଟ ତିଆରି କରିଛନ୍ତି। ଦୁଇ ମିଲିମିଟର ଲମ୍ବାର ଏହି 3D ରୋବର୍ଟକୁ ମଣିଷର ଶରୀରରେ ପ୍ରବେଶ କାରାଇ ଚିକିତ୍ସା କରାଯାଇପାରିବ। ମେଡିକାଲ କ୍ଷେତ୍ରରେ ବିଶେଷଜ୍ଞ ରୋବର୍ଟର ବ୍ୟବହାର ଅପରେସନରେ କରିପାରିବେ। ପ୍ରତ୍ୟେକ ରୋବର୍ଟ ନିଜ ଠାରୁ ୪ଗୁଣା ଅଧିକ ସ୍ପେଷକୁ ୧ ସେକେଣ୍ଡରେ କଭର କରିଥାଏ।

ମାଇକ୍ରୋନିକ୍ସ ଓ ମାଇକ୍ରୋଇଂଜିନିୟରିଂ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ରୋବର୍ଟ ଶରୀରର କ୍ଷତକୁ ଠିକ୍‌ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହ ମାଧ୍ୟମରେ ଅଲଟ୍ରାସାଉଣ୍ଡ ୱେବ ଓ ଭାଇବ୍ରେସନକୁ କଣ୍ଟ୍ରୋଲ କରାଯାଇପାରିବ।

ଆହୁରି ପଢନ୍ତୁ: ଜାଣିଛନ୍ତି କି କମ୍ପ୍ୟୁଟର କିବୋର୍ଡରେ ସବୁ ଅକ୍ଷର କାହିଁକି କ୍ରମରେ ନଥାନ୍ତି? ଜାଣନ୍ତୁ କ’ଣ ହୋଇପାରେ ଏହାର କାରଣ

1. Georgia Institute of Technologyର ଆସିଷ୍ଟାଣ୍ଟ ପ୍ରଫେସର ଆଜାଦ ଅଂସାରି ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମେ ଇଂଜିନିୟରିଂ, ଇଲେକ୍ଟ୍ରୋନିକ୍ସ, ବାୟୋଲୋଜି ଓ ଫିଜିକ୍ସକୁ ମିଶାଇ କିଛି ନୂଆ ତିଆରି କରିବାକୁ ପ୍ରାୟାସ କରୁଛୁ। ଏହି କ୍ଷେତ୍ର ବହୁତ ବଡ ବଡ ଅଟେ। ଏଥିରେ ଅନେକ ପ୍ରକାର ଖୋଜ କରିବାର ସମ୍ଭାବନା ରହିଛି।

2. ଟିନି 3D ରୋବର୍ଟରେ ପାପୋଇଲେକ୍ଟ୍ରିକ ଆକ୍ୟୁଏଟର ( papoillectric acuter) ଲଗାଯାଇଛି ଯାହା ଭାଇବ୍ରେସନ କରିଥାଏ। ଏଥିରେ ରୋବର୍ଟ ଆକ୍ଟିଭ ହୋଇଥାଏ।ଏହି ରୋବର୍ଟକୁ କୌଣସି ବ୍ୟାଟେରି ପାୱାର ଆବଶ୍ୟକ ହୋଇନଥାଏ। କାରଣ ରୋବର୍ଟଟି ଏତେ ଛୋଟ ଯେ ଏଥିରେ ବ୍ୟାଟେରୀ ଲାଗାଇବା ପାଇଁ ସ୍ପେଷ ହିଁ ନାହିଁ।

ଆହୁରି ପଢନ୍ତୁ: ଏବେ ପେଟ୍ରୋଲ୍ ନୁହେଁ ବରଂ ଆଖୁ ରସରେ ଚାଲିବ ଗାଡି, ଏପରି ହେବ ଚାଷିଙ୍କ ପ୍ରଗତି

3. 3D ରୋବର୍ଟର ଶରୀରରେ ଲଗାହୋଇଥିବା ପିଜୋଇଲୋକ୍ଟ୍ରୋନିକ୍ସ ( ବିନା ବ୍ୟାଟେରୀରେ ଚାର୍ଜ କରିବା ଓ ସଂଚାଳନା କରୁଥିବା ଟେକ୍ନୋଲୋଜି) ଏଥିରେ ଭାଇବ୍ରେଟ ସୃଷ୍ଟି କରିଥାଏ। ଏହି ଏକ୍ୟୁଟର ( ମେସିନକୁ ଆଗପଛର ସଂକେତ ଦେଉଥିବା ସିଷ୍ଟମ)କୁ ସେନ୍ସର ଦ୍ବାରା କଣ୍ଟ୍ରୋଲ କରାଯାଇଥାଏ। କେବଳ ଏତିକି ନୁହେଁ ଏଥିରେ ଅଲଟ୍ରାସାଉଣ୍ଡ ଓ ଛୋଟ ସ୍ପିକରରେ ମଧ୍ୟ ଚଳାଯାଇପାରିବ।

 

4. ବୈଜ୍ଞାନିକଙ୍କ ମୁତାବକ, ପ୍ରତ୍ୟେକ ରୋବର୍ଟର ଡିଜାଇନ ଭିନ୍ନ ପ୍ରକାରରେ କରାଯାଇଛି। ଏହାକୁ ଚଳାଇବାର ଗତି, ପାଦର ଆକାର, ଶରୀରର ଡାଇମିଟର, ଏମିତିକି ଡିଜାଇନର ତରିକା ମଧ୍ୟ ଅଲଗା ହୋଇଥାଏ। ଅତ୍ୟଧିକ ଛୋଟ ହେବା ସହ ଏହା ଭାଇବ୍ରେସନ ଉପରେ ଅଲଗା ଅଲଗା ପ୍ରତିକ୍ରିୟା ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.