Below header

ଆଉ ମା’ ବୋଲି କିଏ ଡାକିବ ? ଦୁନିଆ ଛାଡ଼ି ଅଫେରା ରାଇଜକୁ ଚାଲିଯାଇଛି ପୁଅ

ସେପ୍ଟିକ ଟାଙ୍କିରେ ପଡ଼ି ୬ ବର୍ଷ ଶିଶୁର ହୋଇଛି ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମରେ ଦେଖିବାକୁ ମିଳିଛି । ତେବେ ମୃତ ଶିଶୁ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରିନ୍ସ ନାୟକ ।

ପଟ୍ଟାମୁଣ୍ଡାଇ(କେନ୍ୟୁଜ):  ମା’ କୋଳ ଶୂନ୍ୟ ହୋଇଯାଇଛି । ଦୁନିଆ ଛାଡ଼ି ଅଫେରା ରାଇଜକୁ ଚାଲିଯାଇଛି ପୁଅ । ସବୁଦିନ ଭଳି ସେଦିନ ବି ୪ଟା ବେଳେ ପିଲାମନଙ୍କ ସହ ତାଙ୍କ ପୁଅ ଖେଳିବାକୁ ଯାଇଥିଲା । ସଞ୍ଜ ନଇଁ ନଇଁ ଆସୁଥାଏ କିନ୍ତୁ ଘରକୁ ଫେରିଲାନି ପୁଅ । ବିଳମ୍ବ ହେବାରୁ ପୁଅକୁ ଖୋଜିବା ପାଇଁ ଘର ଲୋକେ ବାହରିଥିଲେ କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ବାପା ମା’ ପରିବାର ଲୋକଙ୍କୁ ସବୁଦିନ ପାଇଁ ବିଦାୟ ଦେଇ ୬ ବର୍ଷର ଶିଶୁ ଦୁନିଆ ଛାଡ଼ି ଚାଲି ଯାଇଥିଲା । କୁନି ପୁଅର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ବାଦଲ ।

ସେପ୍ଟିକ ଟାଙ୍କିରେ ପଡ଼ି ୬ ବର୍ଷ ଶିଶୁର ହୋଇଛି ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମରେ ଦେଖିବାକୁ ମିଳିଛି । ତେବେ ମୃତ ଶିଶୁ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରିନ୍ସ ନାୟକ । ଟାଙ୍କିରେ ପଡିଯିବା ପରେ କେହି ପ୍ରିନ୍ସକୁ ପାଇ ନଥିଲେ । ତେବେ ବହୁ ଖୋଜା ଖୋଜି ପରେ ପ୍ରିନ୍ସକୁ ଟାଙ୍କି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ପରିବାର । ତୁରନ୍ତ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଇଥିଲେ କିନ୍ତୁ ସେଠାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । କଅଁଳ ଶିଶୁ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ ଘର ଲୋକେ । ସ୍ଥାନୀୟ ଅଞ୍ଚଳ ଓ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ପରିବାର ଆର୍ଥିକ ସମସ୍ୟାରେ ଗତି କରୁଥିବାବେଳେ ଏଭଳି ସ୍ଥିତିରେ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଏବେ ଗରମ ଦିନ ହୋଇଥିବାରୁ କୁନି କୁନି ପିଲାମାନେ ସନ୍ଧ୍ୟା ହେଲେ ଘର ବାହାରକୁ ଖେଳିବା ପାଇଁ ଯାଆନ୍ତି । ବେଳେବେଳେ ପିଲାମାନେ ପାଖରେ ଥିବା ପୋଖରୀ କିମ୍ବା ଟାଙ୍କିରେ ପାଣି ଦେଖି ଖେଳିବା ପାଇଁ ପଳାନ୍ତି । ଛୋଟ ହୋଇଥିବାରୁ ଏଭଳି ସ୍ଥାନରେ ଖେଳିବା ବିପଜ୍ଜନକ ବୋଲି ସେମାନେ ଜାଣି ପାରନ୍ତିନି । ଏପରିସ୍ଥିତିରେ ବାପା ମା’ ହିଁ ପିଲାମାନଙ୍କ ଧ୍ୟାନ ରଖିବା ଉଚିତ । ନଚେତ କେତେବେଳେ ଯେ କଣ ଅଘଟଣ ଘଟିବ ତାହା କହି ହେବନି । ତେଣୁ ଆପଣ ବି ନିଜ ପିଲାଙ୍କୁ ଖେଳିବା ପାଇଁ ପଠାଉଥିଲେ ସେମାନଙ୍କ ଉପରେ ନଜର ରଖନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.