ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ

୧୧ଟା ୩୦ ସୁଦ୍ଧା ଜଳିଲାଣି ରାଜଧାନୀ । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବ । ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ୧୧ଟା ୩୦ ସୁଦ୍ଧା ଜଳିଲାଣି ରାଜଧାନୀ ।  ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।  କେନ୍ଦୁଝରରେ ୩୯.୨, ବାଲେଶ୍ବର ୩୮, ଝାରସୁଗୁଡ଼ା ୩୮ , ରାଉରକେଲା ୩୭.୮, ଚାନ୍ଦବାଲି ୩୭.୪ ଓ ସମ୍ବଲପୁର ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି ।  ସେହିପରି ସକାଳ ୮ଟା ୩୦ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବ ।  ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ।  ଦିନ ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରି ସେଲସିୟସ ଅଧିକ ରହିପାରେ । ୬ ତାରିଖ ଯାଏଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼ ଓ ଅନୁଗୁଳ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଲାଙ୍ଗୀର, କନ୍ଧମାଳ, ଭଦ୍ରକ ଓ ବୌଦ୍ଧରେ ଉଷ୍ମ ରାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି।

ତେବେ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଖରାରୁ ରକ୍ଷା ପାଇବା ପାଇଁ ଲୋକେ ଗଛ ଛାଇରେ ଆଶ୍ରୟ ନେଉଛନ୍ତି । ଦୀର୍ଘ ସମୟ ପୋଖରୀ, ନଈରେ ଗାଧୋଉଛନ୍ତି । ସେହିପରି ପଇଡ, ମୃଦ୍ୟୁ ପାନୀୟ, ଲସି, ଆଇସକ୍ରିମ ଦୋକାନ ଆଗରେ ଭିଡ ଜମୁଛି । ସେହିପରି ଦିନ ୧୧ଟା ପରେ ରାସ୍ତା ଜନଶୂନ୍ୟ, ଚାରିଆଡେ ଖାଁ ଖାଁ । ସତେ ଯେମିତି ଖରାର କର୍ଫ୍ୟୁ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.