ବିଜୟଙ୍କ ସହ ସିକ୍ରେଟ୍‌ ବର୍ଥଡେ ସେଲିବ୍ରେସନ୍‌ କଲେ ରଶ୍ମିକା, ଭାଇରାଲ ହେଉଛି ଫଟୋ

ରଶ୍ମିକା ମନ୍ଦାନା ଶୁକ୍ରବାର ଦିନ ଅର୍ଥାତ ଏପ୍ରିଲ ୫ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ରଶ୍ମିକା ଭାରତରେ ନାହାଁନ୍ତି । ତେବେ ସେ ଛୁଟି ପାଇଁ ଦୁବାଇ ଯାଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସମାନଙ୍କୁ ତାଙ୍କର ଛୁଟିଦିନର ଫଟୋ ସେୟାର କରିଛନ୍ତି ।

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପରେ ଏବେ ବଲିଉଡ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଦ୍ୱାରା ଲୋକଙ୍କ ମନ ଜିତିଥିବା ରଶ୍ମିକା ମନ୍ଦାନା ଶୁକ୍ରବାର ଦିନ ଅର୍ଥାତ ଏପ୍ରିଲ ୫ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ରଶ୍ମିକା ଭାରତରେ ନାହାଁନ୍ତି । ତେବେ ସେ ଛୁଟି ପାଇଁ ଦୁବାଇ ଯାଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସମାନଙ୍କୁ ତାଙ୍କର ଛୁଟିଦିନର ଫଟୋ ସେୟାର କରିଛନ୍ତି । ତେବେ ବିଶେଷ କଥା ଏହା ହେଉଛି ଯେ,ଏହି ଜନ୍ମଦିନ ଛୁଟିରେ ଅଭିନେତ୍ରୀ ଏକା ନୁହଁନ୍ତି । ବରଂ ତାଙ୍କ ବୟଫ୍ରେଣ୍ଡ ବିଜୟ ଦେବରାକୋଣ୍ଡା ମଧ୍ୟ ତାଙ୍କ ସହ ଛୁଟିଦିନର ମଜା ନେଉଛନ୍ତି । ତେବେ ସୂଚନା ଅନୁସାରେ, ଉଭୟ ଏକାଠି ଛୁଟି ମନାଉଛନ୍ତି ଏବଂ ବର୍ଥଡେ ସେଲିବ୍ରେସନ୍‌ କରୁଛନ୍ତି । ଏହା ଉଭୟଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରୁ ଜଣାପଡୁଛି, ଯେ ଦୁଇଜଣ ଏକାଠି ବର୍ଥଡେ ସେଲିବ୍ରେସନ୍‌ କରୁଛନ୍ତି ।

ବାସ୍ତବରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଦୁବାଇ ଟ୍ରିପ୍‌ର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ମୟୂର ଏବଂ ହରିଣ ବୁଲୁଥିବାର ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକରେ ସେଠିକାର ସୁନ୍ଦର ସ୍ଥାନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାର କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, ‘ଏହି ସୈନ୍ଦର୍ଯ୍ୟକୁ ଦେଖ’ । ଏହା ସହିତ ସେ ହୋଟେଲର ନାମ ମଧ୍ୟ ଟ୍ୟାଗ୍ କରିଛନ୍ତି । ଏହା ସହ ବିଜୟ ଦେବରାକୋଣ୍ଡା ତାଙ୍କ ଇନଷ୍ଟା ଷ୍ଟୋରିରେ ସେହି ସ୍ଥାନରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରଶ୍ମିକା ମନ୍ଦାନାଙ୍କ ଫଟୋରେ ଦେଖାଯାଉଥିବା ସେହି ମୟୂର ଦେଖିବାକୁ ମିଳିଛି । ଏହି ଷ୍ଟୋରିରେ ଅଭିନେତା ‘ଫ୍ୟାମିଲି ଷ୍ଟାର’ର ପ୍ରମୋସନ କରୁଛନ୍ତି । ତେବେ ମୟୂର ବ୍ୟତୀତ ସେହି ଭିଡିଓରେ ଦେଖାଯାଇଥିବା ସ୍ଥାନ ରଶ୍ମିକାଙ୍କ ଫଟୋରେ ଦେଖାଯାଇଥିବା ସ୍ଥାନ ପରି ଥିଲା ଏବଂ ଚେୟାରଗୁଡ଼ିକ ମଧ୍ୟ ସମାନ ଦେଖାଯାଉଥିଲା । ଏହି ସବୁ ଜିନିଷ ଦେଖିବା ପରେ ଦୁଇଜଣଙ୍କ ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ ବିଜୟ ଓ ରଶ୍ମକା ଏକାଠି ସମୟ ବିତାଉଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

vijay deverakonda
photo : zeenews

ତେବେ ଏହା ପ୍ରଥମ ଥର ନୁହେଁ ଯେ ଦୁହେଁ ଏକାଠି ସିକ୍ରେଟ୍‌ରେ ଛୁଟି ମନାଇବାକୁ ଯାଇଛନ୍ତି । ଏହାପୂର୍ବରୁ ଦୁହେଁ ଅନେକ ଥର ଏକାଠି ଯାଇଥିଲେ । ଯେବେ ବି ଦୁହେଁ ଏକାଠି ହୁଅନ୍ତି, ଏପରି କିଛି ଭୁଲ ଯୋଗୁଁ ସେମାନେ ଧରା ପଡ଼ନ୍ତି । ଆପଣାମନେ ଜାଣିଥିବେ ଯେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ଏପରି ଅନେକ ଥର ଏକାଠି ସମୟ ବିତାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଥିଏ । ଏବେ ମଧ୍ୟ ଏପରି ହୋଇଛି । ଯେଉଁଥିପାଇଁ ଦୁହେଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏହା ବ୍ୟତୀତ ରଶ୍ମିକାଙ୍କ ଫ୍ୟାନ୍ସ ଜନ୍ମଦିନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଫିଲ୍ମ ‘ଗର୍ଲଫ୍ରେଣ୍ଡ’ର ଟିଜର ଅଭିନେତ୍ରୀଙ୍କ ଜନ୍ମଦିନ ଏପ୍ରିଲ ୫ ରେ ଅର୍ଥାତ ଅଜି ରିଲିଜ୍‌ କରାଯିବ । ଏହି ଫିଲ୍ମ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ରଶ୍ମିକା ଆକ୍ସନ୍ ଡ୍ରାମା ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ରେ ଆଲୁ ଅର୍ଜୁନଙ୍କ ସହ ଶ୍ରୀବଲ୍ଲି ଭୂମିକାରେ ନଜର ଆସିବେ । ଫିଲ୍ମ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪ରେ ମୁକ୍ତିଲାଭ କରିବାକୁ ଯାଉଛି । ରଶ୍ମିକାଙ୍କୁ ଶେଷଥର ପାଇଁ ରଣବୀର କପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲା । ଏହା ସହ ଏପରି ସୂଚନା ରହିଛି ଯେ, ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ ଏପ୍ରିଲ ୫ ରେ ଅର୍ଥାତ ଆଜି ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.