Realme ଲଞ୍ଚ କଲା ଏକ ଶସ୍ତା ସ୍ପାର୍ଟଫୋନ, ମିଳିବ 8GB RAM ସହିତ ଅନେକ ବଢିଆ ଫିଚର୍ସ

Realme ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ରିଅଲମିର ଏହି ବଜେଟ୍ ଅନୁକୂଳ ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର୍ସ ପ୍ରଦାନ କରାଯାଇଛି । Realme C ସିରିଜର ଏହି ଲାଟେସ୍ଟ ସ୍ମାର୍ଟଫୋନ୍ ଏକ ଷ୍ଟାଇଲିସ୍ ଡିଜାଇନ୍ ସହିତ ଆସିଛି ।

Realme ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ରିଅଲମିର ଏହି ବଜେଟ୍ ଅନୁକୂଳ ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର୍ସ ପ୍ରଦାନ କରାଯାଇଛି । Realme C ସିରିଜର ଏହି ଲାଟେସ୍ଟ ସ୍ମାର୍ଟଫୋନ୍ ଏକ ଷ୍ଟାଇଲିସ୍ ଡିଜାଇନ୍ ସହିତ ଆସିଛି । ଏହି ଫୋନରେ ୮GB RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଚାଇନା କମ୍ପାନୀ ଭିଏତନାମରେ ଏହି C ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଏହି ଫୋନ୍ ଲଞ୍ଚ କରିବ । ଏହା ଭାରତୀୟ ଅଫିସିଆଲ ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିଛି । ଭାରତରେ ଏହାର ଶୁଭାରମ୍ଭ ପୂର୍ବରୁ, ଆସନ୍ତୁ ଜାଣିବା Realmeର ଏହି ଆଗାମୀ ଫୋନର ଫିଚର୍ସ ବିଷୟରେ …

ସ୍ପେସିଫିକେସନ:
-Realme C65 ର ୬.୬୭ ଇଞ୍ଚ HD + ଡ଼ିସପ୍ଲେ ଅଛି । ଏହି ସ୍ମାର୍ଟଫୋନର ଡିସପ୍ଲେ ଫୁଲ୍ HD ରେଜୋଲ୍ୟୁସନକୁ ସପୋର୍ଟ କରେ ।

-ଏହି ବଜେଟ୍ ଫୋନର ଡିସପ୍ଲେ ହେଉଛି TUV SUD ସାର୍ଟିଫାଏଡ୍ । ରିଅଲମିର ଏହି ବଜେଟ୍ ସ୍ମାର୍ଟଫୋନରେ MediaTek Helio G85 ପ୍ରୋସେସର୍‌ ସହିତ ଆସିବ ।

-ଏହି ଫୋନ୍ ୮GB RAM ସହିତ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ କୁ ସପୋର୍ଟ କରେ । କେବଳ ଏତିକି ନୁହେଁ, ଏହି ରିଅଲମି ଫୋନର RAM କୁ ୮GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।

-ଏହି ଫୋନର ଇଣ୍ଟରନାଲ ଷ୍ଟୋରେଜ୍ ମଧ୍ୟ ମାଇକ୍ରୋ SD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ୍‌ ହୋଇପାରିବ ।

-ଏହି ସ୍ମାର୍ଟଫୋନରେ ୪୫W ଫାଷ୍ଟ ଚାର୍ଜିଂ ଫିଚର ସହିତ ୫୦୦୦mAh ବ୍ୟାଟେରୀ ଅଛି ।

-ଏହି ଫୋନରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ 5.3, ଜିପିଏସ୍, ୱାଇ-ଫାଇ, 3.5mm.ଅଡିଓ ଜ୍ୟାକ୍ ଭଳି ଫିଚର୍ସ ପ୍ରଦାନ କରାଯାଇଛି ।

-ଏହା ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି OneUI 5.0 ଅପରେଟିଂ ସିଷ୍ଟମରେ କାମ କରେ ।

-ଏହି ରିଅଲମି ସ୍ମାର୍ଟଫୋନ୍ ପଛରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି ।

-ଏଥିରେ ୫୦MP ମେନ୍ କ୍ୟାମେରା ଅଛି । ଏହା ବ୍ୟତୀତ ଫୋନରେ ଏକ AI ବେସ୍ଡ କ୍ୟାମେରା ଉପଲବ୍ଧ ହେବ ।

-ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮MP କ୍ୟାମେରା ଅଛି ।

ଦାମ କେତେ?
ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ Realme C65 ଲଞ୍ଚ କରାଯାଇଛି – ୬GB RAM + ୧୨୮GB, ୮GB RAM + ୧୨୮GB ଏବଂ ୮GB RAM + ୨୫୬GB । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଛି VND ୩,୬୯୦,୦୦୦ (ପ୍ରାୟ ୧୨,୦୦୦ ଟଙ୍କା) । ଏହାର ଅନ୍ୟ ଦୁଇଟି ପ୍ରକାରର ମୂଲ୍ୟ ଯଥାକ୍ରମେ VND ୪,୨୯୦,୦୦୦ (ପ୍ରାୟ ୧୪,୦୦୦ ଟଙ୍କା) ଏବଂ VND ୪,୭୯୦,୦୦୦ (ପ୍ରାୟ ୧୬,୦୦୦ ଟଙ୍କା) ରହିଛି । ଏହାକୁ ବ୍ଲାକ୍ ମିଲ୍କି ୱେ ଏବଂ ପର୍ପଲ୍‌ ନେବୁଲା କଲର ଅପ୍ସନରେ କିଣାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.