ମୁଖ୍ୟମନ୍ତ୍ର ନେଉଛନ୍ତି ବିକାଶର ଅପଡେଟ୍, ଲୋକଙ୍କୁ ଫୋନ୍ କରି କାମର ଟିକିନିଖି କରୁଛନ୍ତି ତଦାରଖ

ରାଜ୍ୟରେ ବିଭିନ୍ନ ବିକାଶ ମୂଳକ କାମର ଅପଡେଟ୍ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଫୋନ୍ କରି ବୁଝୁଛନ୍ତି ବିକାଶ କାମ। ସ୍କୁଲ ରୂପା ନ୍ତିକରଣ, ମନ୍ଦିର ଏବଂ ଅନ୍ୟାନ୍ୟ ନିର୍ମାଣ କାମ କେମିତି ଚାଲିଛି ଏବଂ ସରିଲାଣିକି ନାହିଁ, ସେମାନେ ଖୁସି ଅଛନ୍ତି କି ନାହିଁ ସବୁ ପଚାରି ବୁଛିଛନ୍ତି ନବୀନ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଭିନ୍ନ ବିକାଶ ମୂଳକ କାମର ଅପଡେଟ୍ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଫୋନ୍ କରି ବୁଝୁଛନ୍ତି ବିକାଶ କାମ। ସାଧାରଣ ଲୋକଙ୍କ ସହ ଫୋନରେ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍କୁଲ ରୂପା ନ୍ତିକରଣ, ମନ୍ଦିର ଏବଂ ଅନ୍ୟାନ୍ୟ ନିର୍ମାଣ କାମ କେମିତି ଚାଲିଛି ଏବଂ ସରିଲାଣିକି ନାହିଁ, ସେମାନେ ଖୁସି ଅଛନ୍ତି କି ନାହିଁ ସବୁ ପଚାରି ବୁଛିଛନ୍ତି ନବୀନ । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏହି ଭିଡିଓକୁ ସେସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.