Below header

କଟକ: ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଲଜ୍ଜା, ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଆସିଲା ଅଭିଯୋଗ

କଟକ(କେନ୍ୟୁଜ୍):   ଲଜ୍ଜା ପରେ ଲଜ୍ଜା । କଟକ ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘରେ ଏକୁଟିଆ ଥିବା ସୁଯୋଗ ନେଇ ଡମ୍ବରୁଧର ବେହେରା ନାମକ  ୫୫ବର୍ଷୀୟ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛି । ଏନେଇ ନାବାଳିକାର ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଥିଲେ । ନେମାଳ ପୋଲିସ ସଂପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଲେପୁର ଏସଡିପିଓ ପରୋକ୍ଷରେ ସୂଚନା ଦେଇଛନ୍ତି । ଏଭଳି ଘଟଣାକୁ ସମଗ୍ର ଅଞ୍ଚଳରେ ନିନ୍ଦା କରାଯାଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.