ବାର୍ବୀ ଡଲ ହେବା ଚକ୍କରରେ ବିକୃତ କରିଦେଲେ ନିଜ ଚେହେରା ତଥାପି ରହିଛି ସଉକ

ଆପଣ ବାର୍ବୀ ଡଲ ଦେଖିଥିବେ ନିଶ୍ଚୟ କିନ୍ତୁ କେବେ ବାର୍ବୀ ଡଲ ପରି ଦେଖାଯିବା ପାଇଁ ଚେଷ୍ଟା କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବୁଲଗେରିଆରେ ବାସ କରୁଥିବା ଏଣ୍ଡ୍ରୀୟା ଇବାନୋବା ନାମକ ଜଣେ ମହିଳା ନିଜକୁ ବାର୍ବୀ ଡଲ ବନାଇବା ଚକ୍କରରେ ନିଜ ଓଠର ଆକାର ଚାରିଗୁଣା ବଢ଼ାଇ ଦେଇଛନ୍ତି ଏବଂ ଏଥିପାଇଁ ସେ 17ଟି ଏସିଡ ଲିପ ଇଞ୍ଜେକ୍ସନ ଲଗାଇ ସାରିଛନ୍ତି । ଯଦିଓ ସେ ବର୍ତ୍ତମାନ ନିଜର ଓଠର ଆକାର ଆହୁରି ବଢାଇବାକୁ ଚାଁହୁଛନ୍ତି ।

Image result for /woman-quadruples-the-size-of-her-lips-with-acid-injections

୨୨ ବର୍ଷୀୟା ଏଣ୍ଡ୍ରୀୟା ଦୁନିଆର ସବୁଠାରୁ ବଡ଼ଓଠ ଥିବା ଯୁବତୀ ରେକର୍ଡରେ ନିଜକୁ ସାମିଲ କରିଛନ୍ତି । ଯେଉଁଥିପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ । ସେପ୍ଟେମ୍ବର ମାସରେ ଏଣ୍ଡ୍ରୀୟା ୧୫ଟି ଲିପ ଇଞ୍ଜେକ୍ସନ ଲଗାଇଥିଲେ ଓ ବର୍ତ୍ତମାନ ସେ ଅନ୍ୟକିଛି କଷ୍ଟ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ତେବେ ଗତ ତିନିମାସ ମଧ୍ୟରେ ଏଣ୍ଡ୍ରୀୟା ଦୁଇଟି ଟ୍ରିଟମେଣ୍ଟ ନେଇସାରିଛନ୍ତି ।

Image result for /woman-quadruples-the-size-of-her-lips-with-acid-injections

ଏଣ୍ଡ୍ରୀୟା ବର୍ତ୍ତମାନ ସୋଫିୟା ୟୁନିଭର୍ସିଟିରେ ଜର୍ମାନ ଫିଲୋଲୋଜି ପଢୁଛନ୍ତି । ତେବେ ତାଙ୍କୁ ଏହା ମନେନାହିଁ ଯେ ଏହି ଗତ କିଛିବର୍ଷ ମଧ୍ୟରେ ସେ ନିଜ ଟ୍ରିଟମେଣ୍ଟରେ କେତେ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଗତବର୍ଷ ସେ ନିଜର ଟ୍ରାନ୍ସଫରମେସନ ଆରମ୍ଭ କରିଥିଲେ । ସେ କୁହନ୍ତି ଯେ ପୂର୍ବଠାରୁ ସେ ଏବେ ବହୁତ ଖୁସି ଅଛନ୍ତି ଏବଂ ନିଜର ବଡ଼ ଓଠକୁ ନେଇ ସେ ବହୁତ ଉତ୍ସାହିତ । ଏହାସହିତ ସେ କୁହନ୍ତି ଯେ କିଛିଲୋକଙ୍କୁ ମୋର ଓଠ ପସନ୍ଦ ଆସୁଛି ଆଉକିଛି ଲୋକଙ୍କୁ ମୋର ପୂର୍ବ ଲୁକ ବହୁତ ପସନ୍ଦ ଥିଲା କିନ୍ତୁ ମୋତେ ଏଥିପାଇଁ କୌଣସି ଫରକ ପଡେନାହିଁ । ମୁଁ ନିଜକୁ ନେଇ ବହୁତ ଖୁସି ।

Image result for /woman-quadruples-the-size-of-her-lips-with-acid-injections

ଏଣ୍ଡ୍ରୀୟାଙ୍କର ଇନଷ୍ଟାଗ୍ରାମରେ ତାଙ୍କୁ ୧୫୦୦୦ରୁ ବି ଅଧିକ ଲୋକ ଫଲୋ କରନ୍ତି । ଏଣ୍ଡ୍ରୀୟା କୁହନ୍ତି ସେ ବୁଲଗେରିଆର ସମସ୍ତ କ୍ଲିନିକ ବୁଲିସାରିଛନ୍ତି କେବଳ ସେତିକି ନୁହେଁ ସେ ପ୍ରାୟ ସମସ୍ତ ଲିପ ଫିଲ୍ଟରସ ନିଜ ଓଠରେ ବ୍ୟବହାର କରିସାରିଛନ୍ତ । ଏହାସହିତ ସେ କୁହନ୍ତି କି ମୁଁ ଏକ ଖୋଲା ବିଚାରର ମଣିଷ । ଲୋକମାନଙ୍କୁ ନିଜର ପସନ୍ଦ ନିଜେ କରିବା ଆବଶ୍ୟକ ।

Image result for /woman-quadruples-the-size-of-her-lips-with-acid-injections

ଏଣ୍ଡ୍ରୀୟା କୁହନ୍ତି ଦୁନିଆର ସବୁ କୋଣରୁ ତାଙ୍କ ଓଠକୁ ନେଇ ହଜାର ହଜାର କମେଣ୍ଟ ଆସିଥାଏ । ସେଥିମଧ୍ୟରେ କିଛି ନେଗେଟିଭ କମେଣ୍ଟ ମଧ୍ୟ ରହିଥାଏ କିନ୍ତୁ ତାଙ୍କୁ କାହାର ମତ ଉପରେ କିଛି ଫରକ ପଡେନାହିଁ ।

Leave A Reply

Your email address will not be published.