Below header

ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ, ମା’ କଳାବାଘୁଣୀ ସହ ବୁଲୁଛନ୍ତି ଦୁଇ ଶାବକ

ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ । କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ଦୁଇ ଛୁଆଙ୍କୁ ଧରି ବୁଲୁଛି କଳାବାଘୁଣୀ। ଏକ କଳା ରଂଗର କଲରାପତରିଆ ବାଘୁଣୀ ନିଜ ଦୁଇ ଛୁଆ ସହ ଜଙ୍ଗଲରେ ବୁଲୁଥିବା ଫଟୋ ସାମ୍ନାକୁ ଆସିଛି।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ । କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ଦୁଇ ଛୁଆଙ୍କୁ ଧରି ବୁଲୁଛି କଳାବାଘୁଣୀ। ଏକ କଳା ରଂଗର କଲରାପତରିଆ ବାଘୁଣୀ ନିଜ ଦୁଇ ଛୁଆ ସହ ଜଙ୍ଗଲରେ ବୁଲୁଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଦୁଇ ଛୁଆ ଭିତରୁ ଗୋଟିଏ ସାଧାରଣ କଲରାପତରିଆ ରଙ୍ଗର ଓ ଆଉ ଗୋଟିଏ କଳା ରଙ୍ଗର। ସମ୍ଭବତଃ ଏହି ବାଘଟି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବୋଲି ଅନୁମାନ କରାଯାଉଛି। ଫଟୋ ଟୁଇଟ୍ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ଏଭଳି ଦୁଇଟି କଲରାପତରିଆ ଚଳପ୍ରଚଳ କରିବା ଦୃଶ୍ୟକୁ ଶ୍ରୀ ନନ୍ଦ ଚମତ୍କାର ବୋଲି ବର୍ଣ୍ଣନା କରିଛନ୍ତି। ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଓଡ଼ିଶାର କୌଣସି ଏକ ଜଙ୍ଗଲରେ କଳା କଲରାପତରିଆ ଚିହ୍ନଟ ହୋଇଥିବା ପିସିସିଏଫ ସୂଚନା ଦେଇଥିଲେ। ଯେଉଁଥିରୁ ଜଣାପଡ଼ୁଛି ଯେ କେନ୍ଦ୍ରୀୟ ଓଡ଼ିଶାରେ କଳା କଲରାପତରିଆ ଆଧିପତ୍ୟ ବିସ୍ତାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.