Below header

ଷ୍ଟ୍ରିଟ୍ ଲାଇଟ କଟିଗଲା ବୋଲି ଲାଇନମ୍ୟାନକୁ ଡାକି ସଜାଡ଼ିବାରୁ ୨ ପରିବାରକୁ ଗ୍ରାମବାସୀମାନେ କଲେ ବାସନ୍ଦ

ଗ୍ରାମରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଲାଇନମ୍ୟାନ କାଟିଦେଇଥିବାରୁ ଗୋଟିଏ ପରିବାରକୁ ଗ୍ରାମବାସୀମାନେ କଲେ ବାସନ୍ଦ । ଏଥିସହିତ ୩୦ ହଜାର ଟଙ୍କା ଜରିମାନା କଲେ ଆଦାୟ

ବ୍ରହ୍ମପୁର (କେନ୍ୟୁଜ): ଗ୍ରାମରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଲାଇନମ୍ୟାନ କାଟିଦେଇଥିବାରୁ ଗୋଟିଏ ପରିବାରକୁ ଗ୍ରାମବାସୀମାନେ ଦୋଷ ଦେଇ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଉକ୍ତ ପରିବାର ସହିତ ତାଙ୍କ ମାମୁଁ ଘର ସମ୍ପର୍କ ରଖୁଥିବାରୁ ସେହି ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାର୍ଗୁଣାପଲ୍ଲୀ ଗାଁରେ ।

ଗତ ଅକ୍ଟୋବର ମାସରେ ସାର୍ଗୁଣାପଲ୍ଲୀ ଗାଁରେ ଅନ୍ଧକାର ଦୂର କରିବାଲାଗି ଷ୍ଟ୍ରିଟ୍ ଲାଇଟ ଲଗାଯାଇଥିଲା । ମାତ୍ର ଯୁଧିଷ୍ଠିରଙ୍କ ଘର ନିକଟ ବିଦ୍ୟୁତ ଖୁଣ୍ଟରେ ତାର ଯୋଡ଼ିବାରେ ତ୍ରୁଟି ରହିଥିବାରୁ ସେ ଲାଇନ ମ୍ୟାନକୁ ଜଣାଇଥିଲେ । ଲାଇନମ୍ୟାନ ସଜାଡିବା ବଦଳରେ ପୁରା ଗାଁର ଷ୍ଟ୍ରିଟ୍ ଲାଇଟ ବନ୍ଦ କରିଦେଥିଲେ । ଏଥିପାଇଁ ଯୁଧିଷ୍ଠିରଙ୍କୁ ଗ୍ରାମବାସୀ ଏଥିପାଇଁ ଦାୟୀ କରି ଗ୍ରାମ ସଭା ଡକାଇ ତାଙ୍କୁ ୩୦ ହଜାର ଟଙ୍କା ଜରିମାନା କରିଥିଲେ । କିଛି ଟଙ୍କା ଯୁଧିଷ୍ଠିର ପ୍ରଦାନ କରିଥିବା ବେଳେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ବକେୟା ଟଙ୍କା ପ୍ରଦାନ କିରପାରିନଥିଲେ । ଫଳରେ ଗାଁ କମିଟି ପକ୍ଷରୁ ଯୁଧିଷ୍ଠିରଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା । ଗ୍ରାମରେ ଧେଣ୍ଟୁରା ଦେଇ କେହି ତାଙ୍କ ପରିବାର ସହ କଥାବାର୍ତ୍ତା ନ କରିବା ଲାଗି ଚେତାବନୀ ଦିଆଯାଇଥିଲା ।

ତେବେ ମାମୁ ଉମା ଦାଶଙ୍କ ପିରବାର ଯୁଧିଷ୍ଠିରଙ୍କ ପରିବାର ସହ ସମ୍ପର୍କ ରଖିଥିବା ଜାଣି ପୁଣି ଉମାଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିଲା । ତେବେ ଏନେଇ ଗତ ୧୬ ତାରଖିରେ ଯୁଧିଷ୍ଠିର ଓ ଉମାଙ୍କ ପରିବାର ଲୋକେ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ । ପୁରୁଷୋତ୍ତମପୁର ଥାନା ଅଭିଯୋଗ ପାଇବା ପରେ ଦୁଇ ଗୋଷ୍ଠୀକୁ ଡାକି ଗାଁରେ ଶାନ୍ତି ରକ୍ଷା କରିବା ଲାଗି ପରାମର୍ଶ ଦେଇଥିଲା । ତେବେ ଇତି ମଧ୍ୟରେ କୌଣିସ ସମାଧାନ ନହେବାରୁ ଆଜି ପୁରୁଷୋତ୍ତମପୁର ଥାନାରେ ଉଭୟ ଗୋଷ୍ଠି ଥାନା ଅଧିକାରୀ ଡକାଇ ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.