Below header

ଖୋଲିବ ହନିଟ୍ରାପ୍‌ର ଗୁମର : ଆଇଟିଆର୍‌ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ

ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ ହେବ । ପାକିସ୍ତାନୀ ସୁନ୍ଦାରୀଙ୍କୁ ଗୁପ୍ତ ତଥ୍ୟ ଦେବାକୁ କେତେ ଟଙ୍କା ନେଇଛନ୍ତି । କି ତଥ୍ୟ ଦେଇଛନ୍ତି । ବର୍ଷେ ଭିତରେ ତାଙ୍କ ଆକାଉଣ୍ଟକୁ ଆସିଛି କେତେ ଟଙ୍କା । ତାଙ୍କର ଓ ପରିବାର ଲୋକଙ୍କ ଆକାଉଣ୍ଟର ଯାଞ୍ଚ ବି ହେବ ।

ଜଳେଶ୍ୱର (କେନ୍ୟୁଜ); ଖୋଲିବ ପାକିସ୍ତାନ ହନିଟ୍ରାପ୍‌ର ଗୁମର । ସତ ଉଗାରିବେ ଗିରଫ ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ବାବୁରାମ ଦେ । ତାଙ୍କୁ ଆଜିଠୁ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ । ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ ହେବ । ପାକିସ୍ତାନୀ ସୁନ୍ଦାରୀଙ୍କୁ ଗୁପ୍ତ ତଥ୍ୟ ଦେବାକୁ କେତେ ଟଙ୍କା ନେଇଛନ୍ତି । କି ତଥ୍ୟ ଦେଇଛନ୍ତି । ବର୍ଷେ ଭିତରେ ତାଙ୍କ ଆକାଉଣ୍ଟକୁ ଆସିଛି କେତେ ଟଙ୍କା । ତାଙ୍କର ଓ ପରିବାର ଲୋକଙ୍କ ଆକାଉଣ୍ଟର ଯାଞ୍ଚ ବି ହେବ । ବାବୁରାମଙ୍କ ମୋବାଇଲ୍‌ ହ୍ଵାଟ୍‌ସଆପ୍‌ରେ ତଥ୍ୟ ପାଇଁ ପୋଲିସ । ଏପରିକି ଅଶ୍ଲୀଳ ଭିଡିଓ ମିଳିଛି ।

ରିମାଣ୍ଡରେ ଗୋଟି ଗୋଟି ସତ ବାବୁରାମଙ୍କ ମୁହଁରୁ ବାହାର କରିବ ପୋଲିସ । ବାବୁରାମ ଦେଙ୍କ ନାଁରେ ଆଇପିସିର ଧାରା ୧୨୦A, ୧୨୦B, ୩୪ ଓ ଅଫିସିଆଲ ସିକ୍ରେଟ ଆକ୍ଟର ସେକ୍ସନ ୩,୪ ଓ ୫ରେ ମାମଲା ରୁଜୁ ହୋଇଛି । ଏବେ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ଆର୍ଥିକ କାରବାର ସଂପର୍କରେ ତଥ୍ୟ ଚାଲିଛି ଖୋଳତାଡ଼ । ପାକ୍‌ ହନିଟ୍ରାପ ଲିଙ୍କ୍‌ରେ ଆଉ କିଛି ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ବର୍ଷେ ହେବ ପାକିସ୍ତାନ ରାଓଲପିଣ୍ଡିର ଜଣେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ବର୍ଷେ କାଳ ଏଜେଣ୍ଟଙ୍କ ସହ ଭିଡିଓ ବାର୍ତ୍ତା ଆଳାପ, ଚାଟିଂ ଜରିଆରେ ଅଧିକାରୀ ଜଣକ ଆଇଟିଆର୍‌ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ ବାବୁରାମ ଦେ । ମହିଳା ଏଜେଣ୍ଡ ଓ ଅଧିକାରୀଙ୍କ ମଧ୍ୟରେ ହ୍ଵାଟସ ଆପ ଜରିଆରେ ଅଶ୍ଳିଳ ଭିଡିଓ ଓ ଫଟୋ ପଠାଯାଇଥିବା ତଥ୍ୟ ପୋଲିସ୍‌ ହାତରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.