ମାର୍କସିଟ୍ ଦେବା ବିଳମ୍ବ କରିବାରୁ ପ୍ରିନ୍ସିପାଲଙ୍କୁ ନିଆଁ ଲଗାଇ ମାରିଦେଲେ ପୂର୍ବତନ ଛାତ୍ର
ମାର୍କସିଟ୍ ଦେବା ବିଳମ୍ବ କରିବାକୁ କଲେଜ ପ୍ରିନ୍ସିପାଲଙ୍କ ଦେହରେ ନିଆଁ ଲଗାଇଦେଲେ ପୂର୍ବତନ ଛାତ୍ର । ଇନ୍ଦୋରର ବିଏମ୍ ଫାର୍ମାସି କଲେଜର ପ୍ରିନ୍ସିପାଲ ବିମୁକ୍ତା ଶର୍ମାଙ୍କୁ ଜଣେ ପୂର୍ବତନ ଛାତ୍ର ନିଆଁ ଲଗାଇ ଦେଇଥିଲେ । ଶରୀରର ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଆଜି ତାଙ୍କର ଦେହାନ୍ତ ହୋଇଛି ।
ମାର୍କସିଟ୍ ଦେବା ବିଳମ୍ବ କରିବାକୁ କଲେଜ ପ୍ରିନ୍ସିପାଲଙ୍କ ଦେହରେ ନିଆଁ ଲଗାଇଦେଲେ ପୂର୍ବତନ ଛାତ୍ର । ଇନ୍ଦୋରର ବିଏମ୍ ଫାର୍ମାସି କଲେଜର ପ୍ରିନ୍ସିପାଲ ବିମୁକ୍ତା ଶର୍ମାଙ୍କୁ ଜଣେ ପୂର୍ବତନ ଛାତ୍ର ନିଆଁ ଲଗାଇ ଦେଇଥିଲେ । ଶରୀରର ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି ବୋଲି ଖବର ମିଳିଛି ।
ପୋଲିସ କହିବା ଅନୁସାରେ, ବି ଫାର୍ମା ମାର୍କସିଟ୍ ପାଇ ନ ଥିବା ଅଭିଯୋଗ କରି ସିମ୍ରୋଲ୍ ଅଞ୍ଚଳର ଆଶୁତୋଷ ଶ୍ରୀବାସ୍ତବ ନାମରେ ଜଣେ ୨୪ ବର୍ଷୀୟ ଛାତ୍ର ଫେବୃଆରୀ୨୦ ତାରିଖ ଦିନ ୫୪ ବର୍ଷୀୟ ପ୍ରିନ୍ସିପାଲ ବିମୁକ୍ତାଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ବିମୁକ୍ତାଙ୍କ ଶରୀର ପ୍ରାୟ ୯୦% ପୋଡ଼ିଯାଇଥିଲା। ଘଟଣା ପରେ ପରେ କଲେଜର ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ‘ଚୌତ୍ରମ୍ ହସ୍ପିଟାଲ୍’କୁ ରେଫର୍ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।
MP: Indore college principal set on fire by former student succumbs to injuries
Read @ANI Story | https://t.co/HjZVgfKsIF#MadhyaPradesh #Indore #Principal pic.twitter.com/52704U9eiq
— ANI Digital (@ani_digital) February 25, 2023
ପ୍ରିନ୍ସିପାଲ୍ ବିମୁକ୍ତାଙ୍କ ପୋଡ଼ିବା ବେଳେ ନିଜେ ପୋଡ଼ି ଆହତ ହୋଇଥିବା ଶ୍ରୀବାସ୍ତବଙ୍କୁ ‘ଏମ୍ ୱାଇ ହସ୍ପିଟାଲ୍’କୁ ନିଆଯାଇଥିଲା। ଗୁରୁବାର ଦିନ ହସ୍ପିଟାଲରୁ ତାଙ୍କୁ ଛାଡ଼ କରାଯିବା ପରେ ତୁରନ୍ତ ହାଜତକୁ ନିଆଯାଇଥିଲା।
ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ନିଲମ୍ବନ କରାଯାଇଛି । ଶ୍ରୀବାସ୍ତବ ଧମକ ଦେଇଥିବା କଥା ଥାନାରେ ଅଭିଯୋଗ କରିଥିଲେ ବିମୁକ୍ତାଙ୍କ ଝିଅ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା କଥା ବିମୁକ୍ତାଙ୍କ ଝିଅ ଅଭିଯୋଗ ମଧ୍ୟ କରିଛନ୍ତି ।