ଗାଡିର ବନେଟ୍ ଭିତରେ ଲୁଚି ରହିଥିଲା ୯ ଫୁଟର ନାଗ, ଭାଇରାଲ୍ ହେଉଛି ଭିଡିଓ

ନିକଟରେ ଏମିତି ଏକ ଭିଡିଓ ଅନଲାଇନରେ ଭାଇରାଲ୍ ହୋଇଥିଲା ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭିଡିଓଟିରେ ଏକ କାରର ଇଞ୍ଜିନ୍ ଭିତରେ ଏକ ବିରାଟ କୋବ୍ରା ସାପ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବାପରେ ବ୍ୟବହାରକାରୀମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଛି। ଏହା ଭିତରୁ କିଛି ସତ ଥାଏ ତ ଆଉ କିଛି ମିଛ। କିନ୍ତୁ ବେଳେବେଳେ ଏପରି ସତ ଘଟଣା ସମ୍ନାକୁ ଆସେ ଯାହାକୁ ହୁଏତ କେହି କେବେ କଳ୍ପନା କରି ନଥିବେ। ଆପଣ ତ ଜାଣିଛନ୍ତି ସାପ ପୃଥିବୀର ସବୁଠାରୁ ଭୟଙ୍କର ସରୀସୃପମାନଙ୍କ ମଧ୍ୟରୁ ଅନ୍ଯତ୍ତମ। ତେବେ ଏହି ସାପ ମାନେ ବିଭିନ୍ନ ସମୟରେ ଛଦ୍ମବେଶରେ ଲୁଚୁ ରହିଥାନ୍ତି। ସବୁବେଳେ ନିଜ ଶିକାରକୁ ଦ୍ୱନ୍ଦରେ ପକାଇବାର ଅନନ୍ୟ କ୍ଷମତା ଏମାନଙ୍କ ପାଖରେ ରହିଛି ।

ନିକଟରେ ଏମିତି ଏକ ଭିଡିଓ ଅନଲାଇନରେ ଭାଇରାଲ୍ ହୋଇଥିଲା ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭିଡିଓଟିରେ ଏକ କାରର ଇଞ୍ଜିନ୍ ଭିତରେ ଏକ ବିରାଟ କୋବ୍ରା ବା ନାଗ ସାପ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବାପରେ ବ୍ୟବହାରକାରୀମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଗତ ଫେବୃଆରୀ ୫ ତାରିଖରେ ଥାଇଲ୍ୟାଣ୍ଡର ସୋଙ୍ଗଖଲା ପ୍ରଭାଇନ୍ସରେ ଏହି ଭିଡିଓ ସୁଟିଂ କରାଯାଇଥିଲା। ଭିଡିଓରେ, ନଅ ଫୁଟର ସାପ ଗାଡିର ବନେଟ୍ ଭିତରେ ରହିଥିବାର ଦେଖିବାକୁ ମିଳିଥିଲା। ତେବେ ସାପଟି ପାଖରେ ଥିବା ଲୋକଙ୍କୁ କୌଣସି ପ୍ରକରର କ୍ଷତି ପହଁଚାଇନଥିଲା।

 

View this post on Instagram

 

A post shared by News18.com (@cnnnews18)


Video credit: cnnnews18 

ତେବେ କିଛି ମିନିଟ୍ ପରେ ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କୋବ୍ରାଟିକୁ ବାହାରକୁ କାଢିବା ପାଇଁ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲେ। ତେବେ ଯାହା ହେଉନା କାହିଁକି ଶେଷରେ ସେମାନେ ସାପଟିକୁ ସୁରକ୍ଷିତ ଭାବରେ ଇଞ୍ଜିନରୁ ଟାଣି ଆଣି ତଳେ ରଖିଥିଲେ । ଆଶ୍ଚର୍ଯ୍ୟର କଥା ଏହି ବିରାଟକାୟ ସରୀସୃପଟି କିନ୍ତୁ କୌଣସି ପ୍ରକାରର ଆକ୍ରମଣ କରିନଥିଲା।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଗାଡିର ଡ୍ରାଇଭର ସୁପାଚାଇ ସାକେ କହିଛନ୍ତି, “ଉଦ୍ଧାରକାରୀ କର୍ମଚାରୀମାନେ ତାଙ୍କୁ କହିଥିଲେ ଯେ ସାପ ହୁଏତ ରାତିରେ ଶୋଇବା ପାଇଁ ଥଣ୍ଡା ସ୍ଥାନ ଖୋଜୁଥିଲା। ତେଣୁ ସେ ଗାଡି ଭିତରେ ପଶିଯାଇଥିଲା। ତେଣୁ ସେ ଗାଡି ଭିତରକୁ ଯିବା ପୂର୍ବରୁ ଏଥର ପ୍ରତ୍ୟେକ ଦିନ ଇଞ୍ଜିନ ଭିତର ଯାଞ୍ଚ କରିବି।”

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.