Below header

ହୁତୁ ହୁତୁ ହୋଇ ଜଳୁଛି ଅସ୍ତରଙ୍ଗ ନିକଟ ମାଳଦା ଗ୍ରାମର ପାଖୁଡି ବଣ, ପ୍ରଚଣ୍ଡ ଖରା ସାଙ୍ଗକୁ ଦକ୍ଷିଣା ପବନ ଯୋଗୁଁ ନିଆଁ ଆୟତ୍ତ କରିବା କଷ୍ଟ

କାକଟପୁର(କେନ୍ୟୁଜ): ଅସ୍ତରଙ୍ଗ ନିକଟ ମାଳଦା ଗ୍ରାମର ପାଖୁଡି ବଣରେ ଭୟାଭହ ଅଗ୍ନିକାଣ୍ଡ । ଦିନରେ ହୁତୁ ହୁତୁ ହୋଇ ଜଳୁଛି ପାଖୁଡିବଣ । ଭୟରେ ପାଞ୍ଚଟି ଗ୍ରାମର ଶହଶହ ପାନଚାଷୀ । ଅସ୍ତରଙ୍ଗ ଅଞ୍ଚଳର ପାନଚାଷ ହେଉଥିବା ବରଜରେ ପାଖୁଡି ବ୍ୟବହାର ହୋଇଥାଏ ।

ଚାଷୀ ମାନଙ୍କ ଏକ ପ୍ରମୁଖ ଅର୍ଥକାରୀ ଚାଷ ଭାବେ ଏହି ପାଖୁଡିକୁ ଚାଷ କରାଯାଇଥାଏ । ଅଗ୍ନିକାଣ୍ଡରେ ଶହଶହ ଏକର ପାଖୁଡି ବଣ ପୋଡି ପାଉଁଶ ହୋଇଯାଇଛି । ପାଖୁଡି ବଣରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅସ୍ତରଙ୍ଗ ଦମକଳ ବାହିନୀ ଉଦ୍ୟମ କରିଥିଲେ । ପ୍ରଚଣ୍ଡ ଖରା ସାଙ୍ଗକୁ ଦକ୍ଷିଣା ପବନ ଯୋଗୁଁ ନିଆଁ ଆୟତ୍ତ କରିବା ସମ୍ଭବପର ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.