ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବେ ସାରା ତେନ୍ଦୁଲକର, ଚାଲିଛି ଜୋରଦାର ଚର୍ଚ୍ଚା

ଗତ କିଛିଦିନ ହେଲାଣି ବଲିଉଡରେ ଷ୍ଟାର କିଡଙ୍କ ଏଣ୍ଟ୍ରି ଜାରି ରହିଛି। ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଷ୍ଟାର କିଡ୍‌ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଉ ଅନେକଙ୍କ ଡେବ୍ୟୁ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଏହି ଲିଷ୍ଟରେ ଆଉ ଜଣେ ଷ୍ଟାର କିଡ ଯୋଡି ହେବାକୁ ଯାଉଛନ୍ତି।

ଖୁବଶୀଘ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସାରାଙ୍କର ଫିଲ୍ମ ଲାଇନରେ ଅଧିକ ରୁଚି ରହିଥିବା ବେଳେ ତାଙ୍କୁ ନେଇ ପୂର୍ବରୁ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସାରାଙ୍କ ଲୁକସ୍ ଓ ଷ୍ଟାଇଲ ସାଙ୍ଗକୁ ଚାର୍ମିଂ ପର୍ସନାଲିଟି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ । ଆଉ ତାଙ୍କର ମଧ୍ୟ ଫ୍ୟାନ୍‌ ଫଲୋଇଂ ରହିଛନ୍ତି।

ଖବର ମୁତାବକ, ସାରା ଖୁବଶୀଘ୍ର ବଲିଉଡର ଏକ ଫିଲ୍ମରେ ଡେବ୍ୟୁ କରିପାରନ୍ତି। ସାରା ଲଣ୍ଡନ ୟୁନିଭରସିଟିରୁ ଶିକ୍ଷା ସମାପ୍ତ କରିଥିବା ବେଳେ ଆକ୍ଟିଂରେ ମଧ୍ୟ ଶିକ୍ଷା ଗ୍ରହଣ କରିସାରିଛନ୍ତି । ଗ୍ଲାମର ୱାର୍ଲ୍ଡରେ ସେ ନିଜର କ୍ୟାରିୟର ଗଢ଼ିବା ପାଇଁ ବେଶ୍ ଆଶାୟୀ ରହିଛନ୍ତି । ମଡେଲିଂ ଦୁନିଆରେ ପୂର୍ବରୁ ଆକ୍ଟିଭ ରହିଛନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରହିଛନ୍ତି। ଇନଷ୍ଟାଗ୍ରାମରେ ପ୍ରତିଦିନ ନୂଆ ନୂଆ ଫଟୋ ସେୟାର କରନ୍ତି ସାରା।

ଫିଲ୍ମ ଲାଇନରେ ଏଣ୍ଟ୍ରି ମାରିବା ନେଇ ତାଙ୍କର ପିତାମାତା ତାଙ୍କୁ ସପୋର୍ଟ କରୁଛନ୍ତି । ସାରା ପ୍ରଫେସନରେ ଜଣେ ମଡେଲ ହୋଇଥିବା ବେଳେ ଅଧିକାଂଶ ସମୟରେ ଫ୍ୟାନ୍ସ ତାଙ୍କର ଗ୍ଲାମର୍ସ ଫଟୋକୁ ଦେଖି ଦିୱାନା ହୋଇଥାନ୍ତି । ସାରା ଶାହିଦ କପୁରଙ୍କ ସହ ଏକ ବଲିଉଡ ଫିଲ୍ମରେ ଡେବ୍ୟୁ କରୁଛନ୍ତି ବୋଲି କିଛିଦିନ ପୂର୍ବରୁ ଖୁବ୍ ଚର୍ଚ୍ଚା ହେଉଥିଲା ।

 

View this post on Instagram

 

A post shared by Sara Tendulkar (@saratendulkar)

ସାରା ତେନ୍ଦୁଲକର ନିକଟରେ ନିଜର କିଛି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ବ୍ରାଉନ୍ ରଙ୍ଗର ଆଉଟ୍‌ଫିଟରେ ସାରା ତେନ୍ଦୁଲକରଙ୍କୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ଏହି ବିଜ୍ଞାପନରେ ସାରା ଏକ ହ୍ରଦ କୂଳରେ ନଜର ଆସିଥିଲେ ଏବଂ ଅଲଗା ଅଲଗା ପୋଜ୍‌ ଦେଉଥିବାର ଦେଖା ଯାଉଥିଲେ। ଭିଡିଓ ଆରମ୍ଭରେ ସାରା ଏକାକୀ ନଜର ଆସୁଥିବା ବେଳେ କିଛି ସମୟ ପରେ ବନିତା ସନ୍ଧୁ ଓ ତାନିଆ ଶ୍ରଫ ମଧ୍ୟ ସେଥିରେ ଦେଖା ଯାଉଥିଲେ।

 

View this post on Instagram

 

A post shared by Sara Tendulkar (@saratendulkar)

ନିକଟରେ ସାରା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ। ଏହି ଷ୍ଟୋରୀ ସେୟାର କରି ସାରା ତେନ୍ଦୁଲକର ଲେଖିଛନ୍ତି କି, ‘ସ୍ପେଶାଲ ଡେଟ୍‌ ନାଇଟ୍‌’। ତେବେ ଏଠିି ସାରା ବଲିଉଡ୍‌ ସିଙ୍ଗର କନିକା କପୁରଙ୍କ ସହିତ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ହାତ ଧରିଥିବାର ଦେଖା ଯାଉଥିଲେ। ସେପଟେ କନିକା କପୁର ମଧ୍ୟ ନିଜ ଆକାଉଣ୍ଟରେ ଏମିତି ହିଁ ଏକ ଫଟୋ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.