Below header

ଜଘନ୍ୟ ହତ୍ୟାକାଣ୍ଡ: ଭୋଜି ଖାଇବାକୁ ଡେକିନେଇ ଲୁହା ଛଡରେ ପିଟି ପିଟି ମାରିଦେଲେ ୪ ଯୁବକ !

କେନ୍ଦୁଝର(କେନ୍ୟୁଜ୍): ଭୋଜି ଖାଇବାକୁ ଡେକିନେଇ ହତ୍ୟା ଅଭିଯୋଗ। ବାଉରିପଦା ପଞ୍ଚାୟତର ପୂର୍ବତନ ଓ୍ଵାର୍ଡ ମେମ୍ବରଙ୍କୁ ଲୁହାଛଡରେ ପିଟି ପିଟି ହତ୍ୟା କଲେ ୪ଜଣ ଯୁବକ। କେନ୍ଦୁଝର ସଦର ଥାନା ମନୋହରପୁର ଗାଁରେ ଗତକାଲି ରାତିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ମୃତ ଯୁବକ ମନୋହରପୁର ଗାଁର ଭାଗ୍ୟଧର ଘଣା। ଭୋଜି କରିବା ବାହାନାରେ ଭାଗ୍ୟଧରଙ୍କୁ ଡାକିନେଇଥିଲେ।

ଏହାପରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ସଦର ପୋଲିସ ଘଟଣାର ତଦନ୍ତ କରୁଛି। ପଞ୍ଚାୟତସ୍ତରରେ କରୁଥିବା ଠିକାଦାର କାମକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ତନାଘନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.