Below header

ପୁରୀ: ଥାନାରୁ କଏଦୀ ଚମ୍ପଟ, ସସ୍‌ପେଣ୍ଡ ହେଲେ ଏଏସ୍‌ଆଇ ଓ କନେଷ୍ଟବଳ

ପିପିଲି (କେନ୍ୟୁଜ୍): ଥାନା ଭିତରୁ କଏଦୀ ଚମ୍ପଟ। ସସ୍ପେଣ୍ଡ ହେଲେ ଏଏସ୍‌ଆଇ ଓ କନେଷ୍ଟବଳ। ପୁରୀ ଏସ୍ପି ଏହି ମାମଲାରେ ଏଏସ୍‌ଆଇ ପଦ୍ମିନୀ ସାହୁ ଏବଂ କନେଷ୍ଟବଳ ରୋଜାଲିନ୍ ବାସ୍କଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ନିକଟସ୍ଥ ବ୍ରାହ୍ଣ ତରବୋଇ ଗାଁରେ ଚିଙ୍ଗୁଡି ମେଲଣ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ଘଟଣାରେ କାଳିଆ ମାଝି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା ଡେଲାଙ୍ଗ ପୋଲିସ।

ଗତକାଲି ସନ୍ଧ୍ୟାରେ ଥାନାରୁ ଚମ୍ପଟ ମାରିଛି କାଳିଆ। ତେଣୁ କର୍ତ୍ତବ୍ୟରେ ଅବହେଳା ନେଇ ଏଏସ୍‌ଆଇ ଓ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ଏପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଡେଲାଙ୍ଗ ଥାନା ଘେରାଉ କରିଥିଲେ ଗ୍ରାମବାସୀ। ପିପିଲି ଏସ୍‌ଡିପିପଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.