Below header

ଦାଦା ସହ ଗାଧୋଇ ଯିବାବେଳେ ଚଢ଼ିଗଲା ହାଇୱା, ୪ ବର୍ଷର ଶିଶୁପୁତ୍ର ମୃତ

ମୋହନାର ମାଣିକପୁର ଗ୍ରାମରେ ପିଚୁ ବୋଝେଇ ହାଇୱା ଚାପାରେ ଚାରି ବର୍ଷର ଶିଶୁପୁତ୍ର ମୃତ ।

ମୋହନା (କେନ୍ୟୁଜ): ପିଚୁ ବୋଝେଇ ହାଇୱା ଚାପାରେ ଚାରି ବର୍ଷର ଶିଶୁପୁତ୍ର ମୃତ। ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ।

ସୂଚନା ଅନୁଯାୟୀ ଗ୍ରାମର କୁନା ପାଇକଙ୍କ ୪ ବର୍ଷର ଶିଶୁପୁତ୍ର ସାଇ ପାଇକ ନିଜ ଦାଦା ନରେନ୍ଦ୍ର ପାଇକଙ୍କ ସହ ଘାଇକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ କିଡ଼ସିଂରୁ ବ୍ରହ୍ମଣୀ ଗାଁ ପଟକୁ ଦ୍ରୁତ ଗତିରେ ଯାଉଥିବା ପିଚୁ ବୋଝଇ ହାଇୱାଟି ସାଇଙ୍କ ଉପରେ ଚଢି ଯାଇଥିଲା । ସଙ୍ଗେ ସଙ୍ଗେ ଶିଶୁକୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୋହନା ରେ ହାଇୱା ଟିକୁ ସ୍ଥାନୀୟ ଲୋକେ ଅଟକାଇ ହାଇୱା ଡ୍ରାଇଭର କୁନା ବିଶୋଇକୁ ପୋଲିସରେ ଜିମା ଦେଇଛନ୍ତି । ମୋହନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.