ଆଜି ବି ଭୁଲିହେଉନି ପୁଲଓ୍ଵାମା ଆକ୍ରମଣ, ଯେଉଁଦିନ ୪୦ ଯବାନ ନିଜ ଜୀବନକୁ ଲଗାଇଲେ ବାଜି: ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ପୁଲଓ୍ଵାମା ଆକ୍ରମଣକୁ ଏହା ମଧ୍ୟରେ ୪ ବର୍ଷ ବିତିଗଲାଣି । ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ବିସ୍ଫୋରକ ଲଦା ହୋଇଥିବା ଗାଡିକୁ ସିଆରପିଏଫ ଯବାନଙ୍କ ଗାଡି ସହିତ ଧକ୍କା କରିଥିଲା। ଫଳରେ ୪୦ ଯବାନ ଶହିଦ ହୋଇଥିଲେ । ଆଉ ଶହିଦଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପୁଲଓ୍ଵାମା ଆକ୍ରମଣକୁ ଏହା ମଧ୍ୟରେ ୪ ବର୍ଷ ବିତିଗଲାଣି । ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ବିସ୍ଫୋରକ ଲଦା ହୋଇଥିବା ଗାଡିକୁ ସିଆରପିଏଫ ଯବାନଙ୍କ ଗାଡି ସହିତ ଧକ୍କା କରିଥିଲା। ଆଉ ଏହି ଆକ୍ରମଣରେ ୪୦ ଜଣ ଯବାନ ଶହିଦ ହୋଇଥିଲେ । ଘଟଣା ୪ ବର୍ଷ ତଳର ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକେ ଏହାକୁ ଭୁଲିପାରିନାହାନ୍ତି । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ଆଜିର ଦିନରେ ପୁଲୱାମାରେ ନିଜ ଜୀବନ ଦେଇଥିବା ଆମର ସାହସୀ ହିରୋମାନେ ମନେ ପଡୁଛନ୍ତି। ସେମାନଙ୍କ ବଳିଦାନକୁ ଆମେ କେବେ ବି ଭୁଲିପାରିବୁ ନାହିଁ। ସେମାନଙ୍କ ସାହସ ଆମକୁ ଶକ୍ତିଶାଳୀ ଓ ବିକଶିତ ଭାରତ ଗଠନ କରିବାକୁ ପ୍ରେରିତ କରୁଛି।’
Remembering our valorous heroes who we lost on this day in Pulwama. We will never forget their supreme sacrifice. Their courage motivates us to build a strong and developed India.
— Narendra Modi (@narendramodi) February 14, 2023
ଏହାର କିଛିଦିନ ପରେ ଭାରତ ପାକିସ୍ତାନର ବାଲାକୋଟ ସ୍ଥିତ ଜୈସ-ଏ-ମହମ୍ମଦ ଆତଙ୍କୀ ପ୍ରଶିକ୍ଷଣ ଶିବିରରେ ଏୟାରଷ୍ଟ୍ରାଇକ କରିଥିଲା ।
ସୂଚନାଯୋଗ୍ୟ, ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ଭାଲେଣ୍ଟାଇନ୍ସ ଡେ’ ପାଳନ କରିବାରେ ବ୍ୟସ୍ତ ଥିଲା, ସେତେବେଳେ ଦିନ ପ୍ରାୟ ସାଢ଼େ ୩ଟାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୨୫୦୦ ଜଣ ଯବାନ ୭୮ଟି ବସ୍ରେ ଯାଉଥିବା ବେଳେ ରାସ୍ତାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଦେଶର ୪୦ ଜଣ ସାହସୀ ବୀର ଯବାନ ପ୍ରାଣ ହରାଇଥିଲେ।
ପୁଲଓ୍ଵାମା ଆକ୍ରମଣରେ ବମ୍ ତିଆରି କରିବାରେ ବ୍ୟବହୃତ ହୋଇଥିବା କେମିକାଲ ଇ-କମର୍ସ ସାଇଟ୍ ଆମାଜନ୍ରୁ କିଣାଯାଇଥିଲା। ଆକ୍ରମଣରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଏହି ସୂଚନା ମିଳିଥିଲା। ସେମାନେ କହିଥିଲେ ଯେ ଆଇଇଡି ତିଆରି କରିବାକୁ ଆବଶ୍ୟକ କେମିକାଲ, ବ୍ୟାଟେରୀ ଓ ଅନ୍ୟ ଜରୁରୀ ସାମଗ୍ରୀ ସେମାନେ ଆମାଜନରୁ କିଣିଥିଲେ।
ଅଭିଯୁକ୍ତମାନେ କହିଥିଲେ ଯେ ସେମାନେ ଜୈସ୍-ଏ-ମହମ୍ମଦର ନିର୍ଦ୍ଦେଶରେ ଆମାଜନରୁ ଏସବୁ ସାମଗ୍ରୀ ମଗାଇଥିଲେ। ଆମାଜନରୁ ଡେଲିଭରି ନେବା ପରେ ଇସ୍ଲାମ୍ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏସବୁ ସାମଗ୍ରୀ ଦେଇଥିଲା। ଫଳରେ ସେମାନେ ଏତେ ବଡ଼ ବିସ୍ଫୋରଣ କରିବାରେ ସଫଳ ହୋଇଥିଲେ ଓ କେହି ଏନେଇ ସୁରାକ୍ ବି ପାଇପାରିନଥିଲେ।