ଯଦି ଆପଣଙ୍କ ଫୋନର ଡାଟା ଶୀଘ୍ର ଶେଷ ହୋଇଯାଉଛି ତେବେ ଜାଣନ୍ତୁ ଏହାର ବଡ଼ କାରଣ, ରହିବେ ଫାଇଦାରେ
Storage Full ହୋଇଯିବା କାରଣରୁ ଆପଣଙ୍କର ସ୍ମାର୍ଟ ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରିଥାଏ। କିନ୍ତୁ ଯଦି ଷ୍ଟୋରେଜ୍ କ୍ଲିନ୍ କରିବା ସତ୍ତ୍ବେ ମଧ୍ୟ ଏହି ସମସ୍ୟା ଜାରି ରହେ ତେବେ ଏଥିରେ ଜାଣନ୍ତୁ ଏକ ବଡ଼ କାରଣ ଅଛି । ଏପରି ହେଲେ ହୁଏତ କେହି ଆପଣଙ୍କ ଫୋନ୍ ହ୍ୟାକ୍ କରିଥିବେ ।
ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି। ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ।
ସ୍ମାର୍ଟଫୋନ ଅନେକ ଥର ବ୍ୟବହାର କରିବା ସମୟରେ ଏହା ହ୍ୟାଙ୍ଗ ହୋଇଯାଏ। ଯେଉଁ କାରଣରୁ ୟୁଜର୍ସ ଅନୁଭବ ଭାବନ୍ତି ଯେ ମୋବାଇଲରେ ବୋଧେ କୌଣସି ସମସ୍ୟା ଅଛି। ହେଲେ ସେଗୁଡିକ ସମାଧାନ ହେବା ପରେ ମଧ୍ୟ ସମାନ ସମସ୍ୟା ପୁଣି ଦେଖାଯାଏ। କିନ୍ତୁ ଆପଣ ଏହାର ପ୍ରକୃତ କାରଣ ଜାଣିପାରନ୍ତି ନାହିଁ। ଏହି ପରିବର୍ତ୍ତନ ପଛରେ ଏକ ବଡ କାରଣ ରହିଛି ଆଉ ତାହା ହେଉଛି ଫୋନ୍ ଟ୍ୟାପ୍ । ଆଜ୍ଞା ହଁ, ଆଜିର ସମୟରେ ଏହା ଏକ ବଡ ସମସ୍ୟା ହୋଇଗଲାଣି ଓ ଏହି କାରଣରୁ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରୁ ନାହାଁନ୍ତି । ଆଜି ଆମେ ଆପଣଙ୍କୁ କହିବୁ ତାହାର କାରଣ ଆଉ ଏହି ସମସ୍ୟାର ସମାଧାନ। ଏହାପରେ ଆପଣଙ୍କ ଫୋନ ହ୍ୟାକ ହେବନି କି ଡାଟା ଚୋରି ହେବନି।
Storage Full ହୋଇଯିବା କାରଣରୁ ଆପଣଙ୍କର ସ୍ମାର୍ଟ ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରିଥାଏ। କିନ୍ତୁ ଯଦି ଷ୍ଟୋରେଜ୍ କ୍ଲିନ୍ କରିବା ସତ୍ତ୍ବେ ମଧ୍ୟ ଏହି ସମସ୍ୟା ଜାରି ରହେ ତେବେ ଏଥିରେ ଜାଣନ୍ତୁ ଏକ ବଡ଼ କାରଣ ଅଛି । ଏପରି ହେଲେ ହୁଏତ କେହି ଆପଣଙ୍କ ଫୋନ୍ ହ୍ୟାକ୍ କରିଥିବେ । ଯଦି ଆପଣ ଏପରି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ସ୍ମାର୍ଟଫୋନ୍ ବ୍ୟବହାର ବନ୍ଦ କରି ଏହାକୁ ଯାଞ୍ଚ କରନ୍ତୁ। ଘଣ୍ଟାଏ ମଧ୍ୟରେ ଡାଟା ସରିଯିବା ଠାରୁ ଆରମ୍ଭ କରି ଫୋନ୍ ହ୍ୟାଙ୍ଗ ହେବା ଯାଏ, ଯଦି ଆପଣ ଏହି ପରିବର୍ତ୍ତନ ଦେଖୁଛନ୍ତି ତେବେ ଆପଣଙ୍କର ସ୍ମାର୍ଟଫୋନ୍ ହ୍ୟାକ୍ ହୋଇଛି ।
ଯଦିଓ ସ୍ମାର୍ଟଫୋନରେ ଇଣ୍ଟରନେଟର ଖବର ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଦରକାର, କିନ୍ତୁ ଯେତେବେଳେ ଆପଣ ଇଣ୍ଟରନେଟ୍ ଆବଶ୍ୟକଠାରୁ ଅଧିକ ବ୍ୟବହାର କରନ୍ତି, ସେତେବେଳେ ଡାଟା ଶୀଘ୍ର ଶେଷ ହୁଏ। ଯଦି ଆପଣ ଟିକିଏ ଭିଡିଓ ଦେଖନ୍ତି ଓ ଟିକିଏ ସୋସିଆଲ୍ ମିଡିଆ ଚଲାନ୍ତି, ତେବେ ଡାଟା ସରେ ନାହିଁ । କିନ୍ତୁ ଯଦି ଆପଣ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର କରୁନାହାନ୍ତି ତଥାପି ଡାଟା ସରିଯାଉଛି, ତେବେ ଏହା ହୋଇପାରେ କି ଆପଣଙ୍କର ସ୍ମାର୍ଟଫୋନ୍ ହ୍ୟାକ ହୋଇଛି। ଏପରି ହେଲେ ତୁରନ୍ତ ଆପଣ ଏହାକୁ ଯାଞ୍ଚ କରିବା ଉଚିତ୍ ।
ଯେତେବେଳେ ସ୍ମାର୍ଟଫୋନ୍ ସ୍କ୍ରିନରେ କୌଣସି ଆପ୍ ଚାଲୁଥାଏ କିମ୍ବା କୌଣସି କାର୍ଯ୍ୟ କ୍ରମାଗତ ଭାବେ ଚାଲୁ ରହିଥିବ । ସେତେବେଳେ ଶୀଘ୍ର ବ୍ୟାଟେରୀ ସରିଯିବାର ସମ୍ଭାବନା ଥାଏ। କିନ୍ତୁ ଯଦି ବ୍ୟବହାର ବେଶି ହେଉନଥିବ ତଥାପି ବ୍ୟାଟେରୀ ସରିଯାଉଛି, ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଓ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ । କାରଣ କେହି ଆପଣଙ୍କ ସ୍ମାର୍ଟଫୋନ ହ୍ୟାକ କରିବାକୁ ଚେଷ୍ଟା କରୁ ଥାଇପାରନ୍ତି ।