ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା, ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁରରେ ସଡକ ଦୁର୍ଘଟଣା। ଗତକାଲି ରାତିରେ ଶେରଗଡ଼ ନିକଟସ୍ଥ ତାକରଡ଼ା ଗାଁକୁ ଅପେରା ଦେଖି ଆଜି ଭୋର ୪ଟା ବେଳେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ବ୍ରହ୍ମପୁର (କେନ୍ୟୁଜ): ପାଟପୁର ଥାନା ଡେଙ୍ଗାଉସ୍ତା-ପଳାସପୁର ମୁଖ୍ୟ ରାସ୍ତା ସୁମନ୍ତପୁର ନିକଟରେ ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପାଟପୁର ଥାନା ବାହାଡାଗୁଡ଼ା ଗ୍ରାମର ବାପୁଜୀ ପ୍ରଧାନ ।

ସୂଚନା ଅନୁସାରେ ବାପୁଜୀ ଗତକାଲି ରାତିରେ ଶେରଗଡ଼ ନିକଟସ୍ଥ ତାକରଡ଼ା ଗାଁକୁ ଅପେରା ଦେଖି ଆଜି ଭୋର ୪ଟା ବେଳେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନରେ ବାଇକ ସହ ସେ ପଡ଼ିଥିବା ଦେଖି ଲୋକ ମାନେ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଏହାପରେ ଦିଗପହଣ୍ଡି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଯାଇଛି।

Leave A Reply

Your email address will not be published.