Below header

ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁକନ୍ୟା, ରାସ୍ତାକଡ ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ନବ ଜାତକକୁ କେହି ଜଣେ ରାସ୍ତା କଡରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ତାଳଚେର ଏକ ଘରକିଆ ନବୀନ ନଗର ଠାରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାକଡ ଅଳିଆ ଗଦାରେ ଶିଶୁ କନ୍ୟାଟି ପଡିଥିବା ଦେଖିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଶାକର୍ମୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ତାଳଚେର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.