କରଞ୍ଜିଆ ରେଞ୍ଜ ଘାଗରବେଡା ଗାଁରୁ ଏକ ବିରାଟକାୟ ସମ୍ବର ଉଦ୍ଧାର

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଘାଗରବେଡା ଗାଁରୁ ଏକ ବିରାଟ କାୟ ସମ୍ବର ଉଦ୍ଧାର କରାଯାଇଛି। ସମ୍ବରଟି ବାଟବଣା ହୋଇ ଝାଡଖଣ୍ଡ ଖଇରୀବଣ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଦୁଇଦିନ ତଳେ ସକାଳ ସମୟରେ ଏକ ବିରାଟକାୟ ସମ୍ବରଟି ଗାଁ ଭିତରକୁ ଚାଲିଆସିଥିବାର ଦେଖିବାକୁ ମିଳିଥିଲା ।

ଖବର ପାଇ ବନବିଭାଗ ସମ୍ବରକୁ ଜଙ୍ଗଲକୁ ଘଉଡ଼ାଇବା ସମୟରେ ସେ ଗାଁ ରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା। କିଛି ସମୟ ପରେ ଗାଁ ଲୋକ ଓ ବନବିଭାଗ ମିଶି ସମ୍ବରଟିକୁ କାବୁ କରି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛି ବନବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.