Below header

ମାଓ କ୍ୟାମ୍ପରୁ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଠାବ, କମ୍ବିଂ ଅପରେସନରେ ବଡ଼ ସଫଳତା

ମାଓ କ୍ୟାମ୍ପରୁ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଠାବ । ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ର ଖଣ୍ଡିଝରନ ଠାରେ ହୋଇଥିବା କମ୍ବିଂ ଅପରେସନରେ ମିଳିଛି ବଡ଼ ସଫଳତା ।

ବରଗଡ଼ : ମାଓ କ୍ୟାମ୍ପରୁ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଠାବ । ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ର ଖଣ୍ଡିଝରନ ଠାରେ ହୋଇଥିବା କମ୍ବିଂ ଅପରେସନରେ ମିଳିଛି ବଡ଼ ସଫଳତା । ଜଙ୍ଗଲ ମଧ୍ୟରେ ମିଳିଥିବା ସାମଗ୍ରୀ ୧୦ରୁ ୧୫ ଗ୍ରୁପ ମାଓବାଦୀଙ୍କ ସାମଗ୍ରୀ ବୋଲି କହିଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା । ସେଠାରେ ବରଗଡ଼- ବଲଙ୍ଗୀର- ମହାସମୁନ୍ଦ ବିବିଏମ ଡିଭିଜନର ନକ୍ସଲ ସକ୍ରିୟ ରହିଥିବା ସେ ସୂଚନା ଦେଇଛନ୍ତି ।

ଫେବୃଆରୀ ୨୦ତାରିଖରେ ପାଇକମାଲ ଗନ୍ଧମାର୍ଦ୍ଧନ ଜଙ୍ଗଲରେ ବରଗଡ଼ ଓ ବଲାଙ୍ଗୀର ପୋଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ ହୋଇଥିଲା । ଉଭୟ ପକ୍ଷରୁ ୨୦ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ପରେ ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ତିନି ଦିନ ଧରି କମ୍ବିଂ ଅପରେସନ ପରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.