ଦିବ୍ୟାଙ୍ଗ ହେଲେ ବି ଜୀବନ ଯୁଦ୍ଧରେ ହାର୍‌ ମାନି ନାହାଁନ୍ତି ସଦାଶିବ

ସଡ଼କ ଦୁର୍ଘଟଣା ଦେଇଯାଇଛି ଦୁଃଖ । ଆଖିରେ ଆଖିଏ ଲୁହ ଆଉ ମନରେ କୋହକୁ ଛାତି ତଳେ ଚାପି ରଖି ଜୀବନ ଯୁଦ୍ଧରେ କରୁଛନ୍ତି ସଂଘର୍ଷ । ଦିବ୍ଯାଙ୍ଗ ହୋଇଥିଲେ ବି ପରିବାର ପ୍ରତିପୋଷଣ କରୁଛନ୍ତି । ରାତି ଦିନ ଏକ କରି ଦେଇଛନ୍ତି ଏହି ପରିବାର ପାଇଁ । ଦାଦନ ଖଟିବାକୁ ଯାଇଥିଲେ ଗୁଜୁରାଟ ।

ସଡ଼କ ଦୁର୍ଘଟଣା ଦେଇଯାଇଛି ଦୁଃଖ । ଆଖିରେ ଆଖିଏ ଲୁହ ଆଉ ମନରେ କୋହକୁ ଛାତି ତଳେ ଚାପି ରଖି ଜୀବନ ଯୁଦ୍ଧରେ କରୁଛନ୍ତି ସଂଘର୍ଷ । ଦିବ୍ଯାଙ୍ଗ ହୋଇଥିଲେ ବି ପରିବାର ପ୍ରତିପୋଷଣ କରୁଛନ୍ତି । ରାତି ଦିନ ଏକ କରି ଦେଇଛନ୍ତି ଏହି ପରିବାର ପାଇଁ । ଦାଦନ ଖଟିବାକୁ ଯାଇଥିଲେ ଗୁଜୁରାଟ । ହେଲେ ଏହି ଦାଦନ ଖଟିବା ତାଙ୍କ ପାଇଁ କାଳ ହୋଇଗଲା । ଏମିତି ଏକ ଦିନ ଆସିବ ଆଉ ସେ ଆଜି ଏପରି ପରିସ୍ଥିତିରେ ପରିବାର ମୁହଁରେ ଦାନା ଯୋଗାଇବେ ସେ କେବେ ସ୍ୱପ୍ନରେ ଭାବିନଥିଲେ । ଏବେ ସରକାରଙ୍କ ସହାୟତାକୁ କରିଛନ୍ତି ଅପେକ୍ଷା ।

ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ଯ ପର୍ବତ ଲଙ୍ଘି ପାରେ, ଯାହା ପ୍ରମାଣିତ କରି ଦେଖାଇଛନ୍ତି ଚକ ଅର୍ଜୁନି ଗ୍ରାମର ସଦାଶିବ ବେହେରା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହୋଇ ବାମ ଗୋଡ ସମ୍ପୂର୍ଣ୍ଣ ହରାଇବା ପରେ ଏବେ ପଙ୍ଗୁ ହୋଇ ଯାଇଛନ୍ତି, ମାତ୍ର ଜୀବନ ଯୁଦ୍ଧରେ ସେ କେବେ ହାରି ଯାଇ ନାହାନ୍ତି, ଗୋଟିଏ ଗୋଡ ହରାଇବା ପରେ ମଧ୍ଯ ବାପା ମାଙ୍କ ଉପରେ ବୋଝ ନହୋଇ ପରିବାର ପ୍ରତିପୋଷଣ ପାଇଁ ସାଇକେଲ ମରାମତି ଦୋକାନ ଖୋଲିବା ସହ ମାଟିରେ ବିଭିନ୍ନ ପ୍ରକାରର ହାଣ୍ତି ମାଠିଆ ଇତ୍ଯାଦି ତିଆରି କରି ବିକ୍ରି କରୁଛନ୍ତି ।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଚକଅର୍ଜୁନି ଗ୍ରାମର ବାସିନ୍ଦା ହେଉଛନ୍ତି ଶିବ ପ୍ରସାଦ ବେହେରା । ଅତ୍ଯନ୍ତ ଗରୀବ ପରିବାରର ହୋଇଥିବାରୁ ମ୍ଯାଟ୍ରିକ ପାସ କରିବା ପରେ ପରିବାର ପ୍ରତିପୋଷଣ ପାଇଁ ୨୦୨୦ ମସିହାରେ ଗୁଜୁରାଟ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ଯ କରୁଥିଲେ । ସବୁଦିନ ଭଳି କମ୍ପାନୀରୁ ଡ୍ଯୁଟି ସାରି ଫେରୁଥିବା ବେଳେ ରାସ୍ତା ପାରିହେବା ସମୟରେ ଏକ ଅଜଣା ଟ୍ରକ ଦ୍ରୂତଗତିରେ ଆସି ଶିବ ପ୍ରସାଦଙ୍କୁ ଧକ୍କା ଦେଇ ତାଙ୍କ ବାମ ଗୋଡ ଉପରେ ଚକା ଚଢି ଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ପରେ ସୌଭାଗ୍ଯବଶତଃ ଜୀବନ ସିନା ବଞ୍ଚିଗଲା ମାତ୍ର ବାମ ଗୋଡଟି ସମ୍ପୂର୍ଣ୍ଣ କାଟି ଦିଆ ଯାଇଥିଲା । ଘରେ ବୂଢା ବାପା ମା ଏବଂ ସ୍ତ୍ରୀ ଧାର କରଜ କରି ଟଙ୍କା ପଠାଇବା ପରେ ଶିବପ୍ରସାଦ ଚିକିତ୍ସା ହୋଇ ହସପିଟାଲ ରୁ ଘରକୁ ଫେରି ଆସି ଥିଲେ । ମାତ୍ର ଘରର ଆର୍ଥିକ ସମ୍ବଳ ନଥିବା ସହ ରୋଜଗାରିଆ ପୁଅ ପଙ୍ଗୁ ହୋଇଯିବାରୁ ସମସ୍ତେ ଭଙ୍ଗା ଦଦରା ଘରେ ଦୟନୀୟ ଜୀବନ ବିତାଉଛନ୍ତି ।ଏଭଳି ଅବସ୍ଥାରେ ବାପା ମା’ ଙ୍କ ଉପରେ ବୋଝ ନହୋଇ ଶିବ ପ୍ରସାଦ ଘର ପାଖରେ ଏକ ଛୋଟ କ୍ଯାବିନରେ ସାଇକେଲ ମରାମତି ଦୋକାନ କରି ପରିବାର ଚଳାଉଛନ୍ତି ।

ସଦାଶିବଙ୍କ ଏଇ ଛୋଟିଆ ସାଇକେଲ ମରାମତି ଦୋକାନରେ ଯାହା କିଛି ରୋଜଗାର ହୁଏ । ଆଉ ମାଟିରୁ ଯେଉଁ ହାଣ୍ତି , ମାଠିଆ ଇତ୍ଯାଦି ତିଆରି କରି ଦୋକାନରେ ବିକ୍ରି କରୁଛନ୍ତି ସେଥିରୁ ପରିବାର ଲୋକେ କଷ୍ଟେମଷ୍ଟେ ଚଳି ଯାଉଛନ୍ତି । ମାତ୍ର ରହିବା ପାଇଁ ଘର ଖଣ୍ତିଏ ନଥିବାରୁ ଭଙ୍ଗା ଦଦରା ପଲିଥିନ ଘୋଡା ହୋଇଥିବା ଘରେ ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ, ରହିବା ପାଇଁ ଆବାସ ଯୋଜନାରେ ପକ୍କାଘର ଏବଂ ବ୍ଯାଟ୍ରି ଚାଳିତ ସାଇକେଲଟିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ଯନ୍ତ ଗୁହାରୀ କରିଥିଲେ ମଧ୍ଯ କେହି କର୍ଣ୍ନପାତ କରୁ ନାହାନ୍ତି । ତେଣୁ ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଚାଉଳ, ଘର ଏବଂ ବ୍ଯାଟେରୀ ସାଇକେଲ ଯୋଗାଇ ଦେବାକୁ ସରକାର ଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.