Below header

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ଏହା ସହ ଶ୍ରୀ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ବଲୱନ୍ତ ସିଂ ହେଲେ ଓଡ଼ିଶା ଖଣି ନିଗମର ଏମ୍‌ଡି । ସେହିପରି ସମର୍ଥ ବର୍ମା ପୁରୀର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଯେବେକି ଅମିତ୍ର ଋତୁରାଜ କେନ୍ଦ୍ରପଡ଼ା ଜିଲ୍ଲପାଳ ଦାୟିତ୍ୱ ମିଳିଛି ।

ସରୋଜ ମିଶ୍ର ହେଲେ ରାୟଗଡ଼ା ଜିଲ୍ଲାପାଳ। ମହମ୍ମଦ ସାଦିକ୍‌ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଶାଳ ସିଂ ହେଲେ ଯାଜପୁରର ପିଡି, ଡିଆରଡିଏ । ପ୍ରମୋଦ କୁମାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.