କଟକ: ଶବର ଶେଷବନ୍ଧୁ ପାଲଟିଛନ୍ତି ଅଭିମନ୍ୟୁ, ଗୋଟିଏ କି ଦୁଇଟି ନୁହେଁ କରିଛନ୍ତି ୧୫୦୦ରୁ ଅଧିକ ଶବ ଦାହ

କଟକ(କେନ୍ୟୁଜ୍):  ବଡ ମେଡିକାଲ ହେଉ କି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ସବୁଠି ଦରକାର ପଡିଥାଏ ମାନବ ସହାୟତା।  ଆଜିର ଯୁଗରେ କିନ୍ତୁ ଏହା ମହଙ୍ଗା। ମାତ୍ର କଟକ ସହରର ଏଭିଳି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ହୃଦୟ କାନ୍ଦି ଉଠେ, ମନ ତରଳି ଯାଏ ସାଧାରଣ ଲୋକଙ୍କ ଦୁଖ ଦେଖି। ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସକାଳରୁ ସଞ୍ଜ ଯାଏଁ ସେ ଲାଗି ଯାଆନ୍ତି ମାନବ ସେବାରେ। ସିଏ ହେଉଛନ୍ତି କଟକ ନେତାଜୀ ନଗରରେ ରହୁଥିବା ଅଭିମନ୍ୟୁ ଦାସ।

କାହାର କିଛି ଦରକାର ପଡିଲେ ଖୋଜା ପଡେ ଅଭିମନ୍ୟୁଙ୍କୁ।  ଖବର ପାଇ ଗୋଟିଏ ବି ମୁହୁର୍ତ୍ତ ନଷ୍ଟ ନକରି ଦେବଦୁତ ପରି ପଂହଚି ଯାଆନ୍ତି ଅଭିମନ୍ୟ। ମେଡିକାଲକୁ ପ୍ରତିଦିନ ଆସୁଥିବା ଅସହାୟ ଲୋକମାନଙ୍କର ସେବା କରି ସେ ପାଆନ୍ତି ପରମ ଆତ୍ମତ୍ରୁପ୍ରି। ଖାଲି ସେତିକି ନୁହେଁ ପାଖାପାଖି ୧୫ ଶହ ଶବକୁ ମାଗଣାରେ ଦାହ କରିଛନ୍ତି ଅଭିମନ୍ୟୁ ।

ପେଷାରେ ଅଭିମନ୍ୟୁ ବହି ବାଇଡିଙ୍ଗ କରିଥାନ୍ତି। ଆଉ ନିଶା ହେଉଛି ସମାଜ ସେବା ।  ନିଜ କାମରୁ ସମୟ ବାହାର କରି ଲୋକମାନଙ୍କର ସେବାରେ ଲାଗି ପଡିଥାନ୍ତି ଅଭିମନ୍ୟୁ ।  ଥରେ କାମରେ ବାହାରି ପଡିଲେ ଖରା, ବର୍ଷା ଓ ଶୀତ କିଛି ବି ଖାତିର କରିନଥାନ୍ତି ସେ ।  ଦୁଇ ଦୁଇ ଥର ସଡକ ଦୁର୍ଘଟଣାରେ ଗୁରୁତର ଆହତ ଅଭିମନ୍ୟୁ କେବେବିି ସମାଜସେବାରୁ ଓହରିନାହାନ୍ତି ।  ବରଂ ସାଧାରଣ ଲୋକଙ୍କ ଆଖିରେ ସେ ପାଲଟି ଯାଇଛନ୍ତି ଜଣେ ଦେବଦୂତ।

କଟକରୁ ସତ୍ୟବ୍ରତ ସାମଲଙ୍କ ରିପୋର୍ଟ କେନ୍ୟୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.