Below header

ଯାଜପୁର: ରୋଟା ଓ ପେଣ୍ଟା ଟିକା ନେଇ ଏକ ମାସର ଶିଶୁ କନ୍ୟାର ଜୀବନ ଯାଇଥିବା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍): ଟିକା ନେବାର କିଛି ସମୟ ଭିତରେ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଫଳପୁର ଗାଁର ମାନସ ମଲ୍ଲିକଙ୍କ ମାତ୍ର ଏକ ମାସ ୨୫ ଦିନର ଶିଶୁ କନ୍ୟା ଲିପାକୁ ଗତକାଲି ଫଳପୁର ପ୍ରାଥମିକ ବିଦ୍ୟାଳୟରେ ଡାକ୍ତରଖାନା ପକ୍ଷରୁ ରୋଟା  ଓ ପେଣ୍ଟା ଟିକା ଦିଆଯାଇଥିଲା । ଟିକା ଦିଆଯିବାର କିଛି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ ତୁରନ୍ତ ବିଂଝାରପୁର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସ୍ଥାନୀୟ ଥାନାରେ ପରିବାର ଲୋକେ ଆଶା ଓ ଏଏନଏମ ଦିଦିଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନ ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.