ହସ୍ପିଟାଲ ବେଡରେ ଥିବା ଅଭିଷେକଙ୍କ ପାଇଁ ସ୍ତ୍ରୀ ମୌସୁମୀ କଲେ ସାବିତ୍ରୀ ବ୍ରତ

ବାସୁଦେବପୁର (କେନ୍ୟୁଜ) : ହସ୍ପିଟାଲ ବେଡରେ ଅଭିଷେକ । ଏପେଟ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ଅମାବାସ୍ୟାରେ ପୂଜାପାଠ କରୁଛନ୍ତି ମୌସୁମୀ । ଉନ୍ନତମାନର ଚିକିତ୍ସା ପାଇଁ କୋଲକାତାର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ୩୦ ବର୍ଷୀୟ ଅଭିଷେକଙ୍କ ଘର ଭଦ୍ରକର ବାସୁଦେବପୁରରେ । ଗତ ୨୨ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅଭିଷେକଙ୍କର ଚିକିତ୍ସା ଚାଲିଥିଲା । ଏବେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍‌ସରେ ଚିକିତ୍ସା ପାଇଁ କୋଲକାତା ଯାଇଛନ୍ତି ଅଭିଷେକ ମହାପାତ୍ର । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆଯାଇଥିଲା । ସ୍ୱାମୀଙ୍କ ପାଇଁ ଆଜି ପୂଜା କରୁଛନ୍ତି ମୌସୁମୀ । ତେବେ ମୌସୁମୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବାସୁଦେବପୁର ରିପୋର୍ଟର ସତ୍ୟକାନ୍ତ ନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.