୧୫ ମାସରେ ୫୦୦ କିମି ଚାଲି ଥକିଗଲେ ହାତୀପଲ, ଶେଷରେ ଶୋଇବା ଫଟୋ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏବେ ହାତିପଲଙ୍କ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଚୀନର । ଚୀନରେ ହାତୀ ପଲ ଦୀର୍ଘ ୧୫ ମାସ ହେବ ୫୦୦ କିମି ପର୍ଯ୍ୟନ୍ତ ଚାଲୁଥିଲେ । କିନ୍ତୁ ଅଧିକ ବର୍ଷା ହେବା କାରଣରୁ ଏମାନଙ୍କ ଯାତ୍ରା ବାଧା ପ୍ରାପ୍ତ ହୋଇଥିଲା । ଶେଷରେ ଏମାନେ ଜିୟାଙ୍ଗ ଜିଲ୍ଲା ପାଖରେ ଥିବା ଏକ ଗାଁରେ ରହି ହାତୀ ପଲ ଶୋଇଯାଇଥିଲେ । ସେଥିମଧ୍ୟରୁ କିଛି ଛୁଆ ହାତୀ ମଧ୍ୟ ଥିଲେ ।

ଚୀନର ଏହି ହାତୀପଲ ଏବେ ପୁରା ଦୁନିଆରେ ଏବେ ଭାଇରାଲ ହୋଇ ଯାଇଛନ୍ତି । ସମସ୍ତେ ଏହି ପୋଷ୍ଟ ଦେଖି ଖୁବ ପସନ୍ଦ କରିଛନ୍ତି । ଏହାକୁ ଇଣ୍ଡିଆନ ଫରେଷ୍ଟ ଅଫିସର ପରବିନ କାସବାନ ସେୟାର କରିଥିଲେ । ତାଙ୍କର ଏହି ଟ୍ୱିଟକୁ ୪୪ ହଜାରରୁ ଅଧିକ ଲାଇକ ମିଳିବା ସହ ୫ ହଜାରରୁ ଅଧିକ ରିଟ୍ୱିଟ କରାଯାଇଛି ।

ଏବେ ଶୋଇଥିବା ହାତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଶୋଇଥିବା ଛୋଟ ହାତୀଙ୍କୁ ଦେଖି ସମସ୍ତେ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ୭ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଏହାସହ ୨୮୫ ରିଟ୍ୱିଟ କରାଯାଇଛି । ଦେଖନ୍ତୁ ଏହି ଭିଡିଓ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.