ସାବିତ୍ରୀ ବ୍ରତ ଭଳି ଦିନରେ ଚାଲିଗଲା ସ୍ୱାମୀଙ୍କ ପ୍ରାଣ, ପୂଜା କରିବା ସମୟରେ ସ୍ୱାମୀଙ୍କ ମୃତ୍ୟୁ ଖବର

କଟକ (କେନ୍ୟୁଜ) : ସାବିତ୍ରୀ ବ୍ରତରେ ଚାଲିଗଲା ସ୍ୱାମୀଙ୍କ ପ୍ରାଣ। ସ୍ୱାମୀ ପାଇଁ ମଙ୍ଗଳ ମନାସି ପୂଜା କରୁଥିବା ବେଳେ ମିଳିଲା ସ୍ୱାମୀଙ୍କ ଦେହାନ୍ତ ଖବର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ର ରାଜନଗର ଗାଁରେ। କିଛିଦିନ ତଳେ ମାୟାଧର ପ୍ରଧାନ ଅସୁସ୍ଥ ହେବା ପରେ କୋଭିଡ ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ତାଙ୍କୁ ମାଧପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅକ୍ସିଜେନ ଲେବଲ କମିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆଜି କିନ୍ତୁ ମାୟାଧରଙ୍କ ସ୍ତ୍ରୀ ସାବିତ୍ରୀ ବ୍ରତ ପାଇଁ ପୂଜା କରି ଫେରିବା ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଥିଲେ। ସାବିତ୍ରୀ ବ୍ରତରେ ସ୍ୱାମୀଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରିପାରୁନାହାନ୍ତି ମାୟାଧରଙ୍କ ସ୍ତ୍ରୀ। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍‌ଧ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.